କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଭାରତୀୟ ସଂସ୍କୃତିରେ ଧର୍ମ ଓ ଆଧ୍ୟାତ୍ମିକତା ପାଠଚକ୍ର

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ);କେନ୍ଦ୍ରାପଡା ସ୍ୱୟଂଶାସିତ ମହିବିଦ୍ୟାଳୟ ସମ୍ମିଳନୀ କକ୍ଷରେ “ଭାରତୀୟ ସଂସ୍କୃତିରେ ଧର୍ମ ଓ ଆଧ୍ୟାତ୍ମିକତା” ଶୀର୍ଷକ ଆଲୋଚନାକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ରଥ ବକ୍ତବ୍ୟ ଅବକାଶରେ କହିଥିଲେ ମନ,ବଚନ ଓ କାର୍ଯ୍ୟରେ ସମନ୍ୱୟ ନରହିବା ପ୍ରବଚଂନା । ସତ୍ୟର ସ୍ଥିତି ତିନି ଯୁଗରେ ରହିଛି । ମଣିଷର ଅସଲ ସୂରୁପ ହେଉଛି ଆତ୍ମା । ଏଥିପ୍ରତି ସଚେତନତା ହେଉଛି ଆଧ୍ୟାତ୍ôମିକତା । ମଣିଷର ବିକଶିତ ଚେତନାର ପ୍ରଥମ ପ୍ରକାଶ ହେଉଛି ବେଦ । ଏହା ସ୍ୱତଃ ଭାରତଭୂଇଁରେ ଉଚ୍ଚାରିତ ହୋଇଛି । ଆପଣ ଯିଏ ମୁଁ ମଧ୍ୟ ସିଏ ଏହା ଆତ୍ମଜ୍ଞାନ । ସ୍ଥୁଳ ଜୀବନରୁ ଆଉ ଗୋଟିଏ ସୂକ୍ଷ୍ମ ଜୀବନକୁ ଉତ୍ତରତା ହିଁ ଆଧ୍ୟାତ୍ମିକତା । ଅନ୍ୟତମ ସମ୍ମାନିତ ବକ୍ତା ପ୍ରଫେସର ଜୟନ୍ତ ବିଶ୍ୱାଳ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନଦେଇ କହିଥିଲେ ଜୀବନ ଥର ଟିଏ ମିଳିଥାଏ । ଜୀବନକୁ ପଦାର୍ଥରେ ପୂର୍ଣ୍ଣକଲେ ପରମାର୍ଥ ଦୂରେଇଯିବ । ଜୀବନକୁ ନିରୋଳା ସୁଖରେ ଭରିବାକୁ ସେ ପରାମର୍ଶ ଦେଇଥିଲେ । ଲକ୍ଷ୍ୟ, ବୃତ୍ତି ଓ ସମ୍ପତ୍ତି ଏଥିରେ ଜୀବନ ଶେଷ ହୁଏନାହିଁ । ଆଜିର ବସ୍ତୁବାଦ ଜୀବନକୁ ନଷ୍ଟକରି ସାରିଲାଣି । ଏଥି ଯୋଗୁଁ ଜଙ୍ଗଲ, ସମୁଦ୍ର, ପବନ, ଜଳବାୟୁ ଦୂଷିତ ହୋଇ ସାରିଲାଣି । ଜୀବନର ନଶ୍ୱରତା ସମ୍ପର୍କରେ ଭାବିଲେ ଏ ମୋହର ଅନ୍ତ ଘଟିବ । କରୋନା ମହାମାରୀ ଆମ ଅସହାୟତାକୁ ଉନ୍ମୁକ୍ତ କରିଦେଇଛି । ଭବିଷ୍ୟତର ମୋହ ଓ ଅତୀତର ବନ୍ଧନ ଛାଡି ବର୍ତ୍ତମାନକୁ ନିବିଡ ଭାବରେ ବଂଚିବାର ଆବଶ୍ୟକତା ରହିଛି । ଯେତେବେଳେ ଆମେ ସମସ୍ତଙ୍କ ସହ ବାନ୍ଧି ହୋଇଯିବା ଜୀବନ ଆନନ୍ଦମୟ ହୋଇଉଠିବ । ପ୍ରାଧ୍ୟାପକ ତପନ କୁମାର ପତି ସଭାର ଆଭିମୁଖ୍ୟ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ରାମଚନ୍ଦ୍ର ବେହେରା, ଡଃ. ସେକ ସମସୁର, ପ୍ରାଧ୍ୟାପକ ମାଧବାନନ୍ଦ ପଣ୍ଡା, ଅମୁଲ୍ୟ କୁମାର ମଲ୍ଲ, ପ୍ରାଧ୍ୟାପକ ରାମଚନ୍ଦ୍ର ପାତ୍ର, ଡଃ. ପ୍ରମୋଦ କୁମାର ଦାଶ, ଅଶୋକ କୁମାର ଦାସ, ରମାନାଥ ମହାନ୍ତି, ବିଶ୍ୱରଞ୍ଜନ ପୁହାଣ, ଗୈାର ପ୍ରସାଦ ଷଡଙ୍ଗୀ, ରଞ୍ଜିତ କୁମାର ଦାସ, ଡଃ. ସରୋଜିନି ମହାପାତ୍ର, ଅଧ୍ୟାପକ ଜ୍ଞାନରଞ୍ଜନ ଦାଶ, ତୁଷାରକାନ୍ତୀ ଭୂୟାଁ, ଆର୍ଯ୍ୟସ୍ମିତା କର, ଡଃ. ସୁଷମା ଶତପଥୀଙ୍କ ସମେତ ବହୁ ଅଧ୍ୟାପକ,ଅଧ୍ୟାପିକା ଉପସ୍ଥିତ ଥିଲେ । ଲେଫ୍ଟନାଂଟ ସୀମା ମହାନ୍ତି ସଭା ସଂଚାଳନ କରିଥିବା ବେଳେ ପ୍ରାଧ୍ୟାପକ ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ