ବିଜୁ ବାବୁ ଥିଲେ ଶତାବ୍ଦୀର ଇତିହାସ ପୁରୁଷ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବିଜୁ ଜନତା ଦଳ ପକ୍ଷରୁ ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂଲିଶ ମିଡିୟମ ସ୍କୁଲ ସମ୍ମୁଖରେ ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ବାବୁ ଗରିବ ଜନତାର ସାଥୀ ଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇ ବିଜୁ ବାବୁ ଶତାବ୍ଦୀର ଇତିହାସ ପୁରୁଷ ଥିଲେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ ଦାଶ, ବ୍ଲକ ବିଜେଡି ସମ୍ପାଦକ ସୁବାଷ ଦାସ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା ଯୋଗ ଦେଇ ବିଜୁ ବାବୁ ପ୍ରବାଦ ପୁରୁଷ ଥିଲେ । ତାଙ୍କ ପ୍ରଚେଷ୍ଟାରେ ଓଡିଶାରେ ବହୁବିଧ ଉନ୍ନତି ସାଧନ ହୋଇଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର ଦାସ, କୃପାସିନ୍ଧୁ ସେଠୀ, ହେମନ୍ତ ମଲ୍ଲିକ, କୁନା ସାହୁ, ରବିନ୍ଦ୍ର ସେଠୀ, ଅଜୟ ନାୟକ, ଭୀମସେନ ସାମଲ, କରୁଣାକର ମଲ୍ଲିକ, ନିହାରିକା ରାଉତ, ଅଶୋକ ମହାନ୍ତି, ନବ କିଶୋର ଜେନା, ସମିମ୍ ନୱାଜ, ସଞ୍ଜୀବ ଦାସଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ୨୫ଟି ପଞ୍ଚାୟତରୁ ଶତାଧିକ ନେତୃତ୍ୱଙ୍କ ସମେତ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଜୁ କଲ୍ୟାଣ ମଣ୍ଡପସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡିର ବରିଷ୍ଠ ନେତୃତ୍ୱ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା ।


