ମହୀଶୂର ପ୍ୟାଲେସ

କର୍ଣ୍ଣାଟକର ମହୀଶୂର ସହରରେ ଥିବା ମହୀଶୂର ପ୍ୟାଲେସ ସବୁଠୁ ଆକର୍ଷଣୀୟ । ଦୀପାବଳିରେ ୧ ଲକ୍ଷ ଲାଇଟ୍‌ରେ ଏହା ସଜେଇ ହୋଇଥାଏ । ଯାହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଆସିଥାନ୍ତି । ଏଠାରେ ହେବାକୁ ଥିବା ନାଇଟ୍ ଶୋ’ ଦେଖିବାକୁ ଲୋକେ ଟିକେଟ୍ କାଟିଥାନ୍ତି ।
ଆମେର ଦୁର୍ଗ :
ଆରାବଳୀ ପାହାଡ଼ ନିକଟରେ ଥିବା ଆମେର ଦୁର୍ଗ ଦିନରେ ଦେଖିବାକୁ ଯେତିକି ଆକର୍ଷଣୀୟ ରାତିରେ ତା’ଠାରୁ ଢେର୍ ଅଧିକ । ଦୀପାବଳି ରାତିରେ ଏଠାରେ ନାଚଗୀତର ଆୟୋଜନ କରାଯାଇଛି । ସବୁଠୁ ଖାସ୍ କଥା ହେଲା ସ୍କ୍ରିପ୍ଟ ଗୁଲଜାର ସାହେବ ଲେଖିଛନ୍ତି । ବ୍ୟାକ୍‌ଗ୍ରାଉଣ୍ଡରେ ଅମିତାଭ ବଚ୍ଚନଙ୍କ ସ୍ୱର ମଧ୍ୟ ଶୁଣିବାକୁ ମିଳିବ ।
ଉମେଦ ଭବନ ପ୍ୟାଲେସ :
ଯୋଧପୁରରେ ବହୁତ ପ୍ୟାଲେସ ରହିଛି । କିନ୍ତୁ ଉମେଦ ଭବନ ନିଆରା । ଏହାର କିଛି ଭାଗରେ ରାଜ ପରିବାର ରହୁଥିବାବେଳେ ଆଉ କିଛି ଅଂଶରେ ପଞ୍ଚତାରକା ହୋଟେଲ କରାଯାଇଛି । ଗୋଟିଏ ମ୍ୟୁଜିୟମ ମଧ୍ୟ ରହିଛି । ଏହି ମହଲରେ ଦୀପାବଳିରେ ବିଭିନ୍ନ ଆଲୋକରେ ସଜାଯାଇଥାଏ । ଏହା ଚନ୍ଦ୍ରର ଆଲୋକଠାରୁ ମଧ୍ୟ ଆହୁରି ଉଜ୍ଜ୍ୱଳ ଦେଖାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ