ଗ୍ରାମ ସମସ୍ୟା ନେଇ ବିଧାୟକଙ୍କୁ ଅବଗତ କଲେ ଗ୍ରାମବାସୀ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ସରଳା ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରି ସେସବୁର ସମାଧାନ ନିମନ୍ତେ ନିବେଦନ କରିଛନ୍ତି । ଆଜି ଗ୍ରାମର ରୁଦ୍ର ନାରାୟଣ ସାହୁ, ବିନୋଦ ଜେନା, ନିରାକାର ଜେନା, ଗେଉଧାରୀ ମୁଣ୍ଡା, ଜାଲିଆ ମୁଣ୍ଡା, ପ୍ରକାଶ ଭୋଇ, ମନୋଜ ପଟ୍ଟନାୟକ, ଅନନ୍ତ ବରାଳ, ତପନ କୁମାର ଭୋଇଙ୍କ ସମେତ ଅନେକ ଗ୍ରାମବାସୀ ଆଜି ବିଧାୟକଙ୍କୁ ଭେଟି ସରଳା ଗ୍ରାମରେ ଦୁଇଟି ପୋଖରୀ ଥିବାବେଳେ ବର୍ଷା ଦନରେ ଜଳ ନିସ୍କାସନ ହୋଇ ନପାରିବାରୁ ଗାଁ ଲୋକେ ନାନା ସମସ୍ୟା ଭୋଗୁଥିବାବେଳେ ୫୦ଏକରରୁ ଉର୍ଦ୍ଧ ସରକାରୀ ଜମି ପଡିଥିବାବେଳେ ତା ମଧ୍ୟରେ ବୃକ୍ଷ ରୋପଣ କରାଯାଇ ପାରୁନି । ଏ ବାବଦରେ ବାରମ୍ବାର ପ୍ରଶାସନକୁ ଜଣାିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି । ସେହିପରି କୋହ୍ଲସାହି ପଡିଆରେ ବୃକ୍ଷରୋପଣ, କୁଆଁସ ମାଳର ଜମି ଉନ୍ନତିକରଣ, ସରଳା ଏମ.ଇ ସ୍କୁଲ ଠାରୁ ଆର.ଡି ରୋଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଶ୍ୟାମ ପରିଡା ଘର ଠାରୁ କେନାଲ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ବାଇଧର ଜେନା ଘରଠାରୁ ସ୍କୁଲ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ, ଆର.ଡି ରୋଡ ଠାରୁ ସୁନାରାମ ମାଝୀ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆଦି ଦାବିନେଇ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ