ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ…

ମେଷ :-ଅଶ୍ବିନୀ ନକ୍ଷତ୍ର କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ଯଥାସାଧ୍ୟ ଅର୍ଥ ପ୍ରାପ୍ତି ହେବ ଏବଂ ଆଶାଜନକ ପରିବେଷ ପରିସ୍ଥିତି ରହିବ, ନିଜ ଖାଇବା ଖାଦ୍ୟରୁ କିଛିଖାଦ୍ୟ କାଉଙ୍କୁ ଦିଅନ୍ତୁ ଶୁଭତ୍ବ ବୃଦ୍ଧି ହେବ॥

ବୃଷ :-ଶୁଭଦିନ ରହିବ ତେଣୁ ଟଙ୍କପଇସାକୁ ନେଇ ଚିନ୍ତା କମିବ, ଲୋକସମ୍ପରର୍କ ବଢିବ ଏବଂ କର୍ମକ୍ଷେତ୍ରରେ ଆଶାଜନକ ସ୍ଥିତି ରହିବ, ଆଜି ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ, ଅଶାଜନକ ପରିବେଷ ପରିସ୍ଥିତି ରହିବ, ସୁଖଶାନ୍ତିରେ ସମୟ କଟିବ ମାତ୍ର ଅଯଥା ଖର୍ଚ୍ଚ ବଢିବ ତେଣୁ ମନ ବିଚଳିତ ରହିବ ॥

ମିଥିନ :-ଚାକିରି ହେଉ କିମ୍ବା ବ୍ୟବସାୟ କିଛି କିଛି ବାଧାବିଘ୍ନ ରହିବ, ପରିବାରରେ ଭୁଲବୁଝାବଣା ରହିବ, ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ, ଆଜି ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ ଓ ମନ ଆନନ୍ଦରେ ସମୟ କଟିବ ॥

କର୍କଟ :-ମାନ ସମ୍ମାନ, ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ପ୍ରକାର କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଆୟ ମନମୁତାବକ ହେବ, କିଛି ମନର ଯୋଜନାରେ ସଫଳ ହେବେ ଚେଷ୍ଟା କାରି ରଖନ୍ତୁ ଓ ବିବାହଯୋଗ୍ୟ ପିଲାଙ୍କର ସମ୍ଭାବନା ଷୃଷ୍ଟି ହେବ, ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ହନୁମାନଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ॥

ସିଂହ :-କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ, ଅଜି ପରିଶ୍ରମ ମୁତାବକ ଫଳ ମିଳିବ, କିନ୍ତୁ ମନ ବିଚଳିତ ରହିବ ତେଣୁ ଜଳରେ ହଳଦି ମିଶାଇ ସ୍ନାନ କରିବେ, କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବା ସହିତ ଆତ୍ମବଳ ଅଧିକ ରହିବ॥

କନ୍ୟା :-କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ, କର୍ମସ୍ଥଳରେ ଆଶାଜନକ ପରିସ୍ଥିତି ରହିବ, ଜାଗାବାଡି ଏବଂ ନୁତନ ଯାନବାହାନ କ୍ରୟ ନିମନ୍ତେ ସୁଯୋଗ ଷୃଷ୍ଟି ହେବ, ମନ ଏବଂ ସ୍ବାସ୍ଥ୍ୟ ଦୁର୍ବଳ ରହିବ ଓ ଛାତ୍ରଛାତ୍ରୀଙ୍କର ପାଠପ୍ରତି ଆଗ୍ରହ କମ ରହିବ॥

ତୁଳା :-କୌଣସି ଚିନ୍ତା ମନକୁ ଦୁବଳ କରିଦେବ, ଲୁଣ ଖାଇବେ ନାହିଁ ଏବଂ ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ, ଏତେ ଶୁଭଦିନ ନୁହେଁ ତେଣୁ ମଥାରେ ଚନ୍ଦନ ଲଗାଇ ଲଗାଇବେ ମନ ଶାନ୍ତ ରହିବ, ମହିଳା ମାନଙ୍କର ମନର ଆଶା ପୁରଣ ହେବ, ପିଲାମାନଙ୍କର ଭବିଷ୍ୟତ ନିମନ୍ତେ ଶୁଭ ଖବର ମିଳିବ॥

ବିଛା :-ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଚାକିରିରେ ଶୁଭତ୍ବ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆତ୍ମବଳ ଅଧିକ ରହିବ ॥

ଧନୁ ରାଶି :-ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ, ଆଜି ଶୁଭ ଦିନ ରହିଛି ତଥାପି କୌଣସି ପ୍ରକାର କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ ମନର ଆଶା ପୁରଣ ହେବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ॥

ମକର ରାଶି :-କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ ଠାକୁରଙ୍କୁ ଘୃତଦ୍ବୀପ ଦେଇ ମନରକଥା ଜଣାନ୍ତୁ କଲ୍ୟାଣ ହେବ, ଅନୁକୁଳ ସମୟ ରହିବ॥

କୁମ୍ଭ ରାଶି :-ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ, କିଛି ବିରିଡାଲି ପକ୍ଷିଙ୍କୁ ଖୁଆଇବେ କଲ୍ୟାଣ ହେବ, ଆଜି ବାଧାବିଘ୍ନ ରହିବ, ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ଚିନ୍ତିତ ରହିବେ, ଯାନ୍ତ୍ରିକ ଜିନିଷ ଖରାପ ହୋଇ ଅଯଥା ଖର୍ଚ୍ଚାନ୍ତ ହେବେ ॥

ମୀନ ରାଶି :-ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି କ୍ଷେତ୍ରରୁ ସହାୟତା ମିଳିବ, ପରିବାରରେ ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ, କର୍ମଜୀବି ମହିଳା ଅଧିକା ଶୁଭଫଳ ପାଇବେ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ