ମହାଶିବରାତ୍ରି ଉପଲକ୍ଷେ ବାବା ବୁଢାଲିଙ୍ଗ ମନ୍ଦିରରେ ପ୍ରସ୍ତୁତି ବୈଠକ
ଚୌଦ୍ୱାର:(ଦୀପକ୍ କୁମାର ବେଉରା) କଟକ ଚୌଦ୍ୱାର ଅନ୍ତର୍ଗତ ୧୨ନମ୍ବର ୱାର୍ଡରେ ଥିବା ସୁପ୍ରସିଦ୍ଧ ଅଷ୍ଟଶମ୍ଭୁ ଙ୍କ ମଧ୍ୟରୁ ପରିଗଣିତ ହେଉଥିବା କେଦାରେଶ୍ୱର ବାବା ବୁଢ଼ାଲିଙ୍ଗ ମନ୍ଦିର। ଚଳିତ ବର୍ଷ ଆସନ୍ତା ୧୦ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଥିବା ପବିତ୍ର ମହାଶିବରାତ୍ରି (ଜାଗର)ଉପଲକ୍ଷେ ବାବା ବୁଢାଲିଙ୍ଗ ମନ୍ଦିର ର ପରିଚାଳନା କମିଟି ତରଫରୁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଚଳିତ ୦୪ ତାରିଖ ଗୁରୁବାର ଠାରୁ ସପ୍ତଦିନ ବ୍ୟାପି ଶ୍ରୀମଦ ଭାଗବତ ପାଠ ଚାଲୁଅଛି ଏବଂ ଶେଷ ଦିନ ଅଷ୍ଟପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ। ମହାମାରୀ କୋରନା କୁ ଆଖି ଆଗରେ ରଖି ସମସ୍ତ କୋଭିଡ-୧୯ ର ନିୟମ କୁ ମାନି ଉତ୍ସବଟି ଶାନ୍ତି ଶୃଙ୍ଖଳା ଭାବେ ଅନୁଷ୍ଠିତ କରାଯିବ ବୋଲି ଆଲଚନା କରାଯାଇଅଛି । କୋଭିଡ-୧୯ ର ନିୟମ କୁ ଆଖି ଆଗରେ ରଖି ଶ୍ରଦ୍ଧାଳୁମାନଙ୍କୁ ଏକ ଧାଡିରେ ହିଁ ଦର୍ଶନ କରିବାକୁ ପଡିବ ବୋଲି ସ୍ଥିର କରା ଯାଇଛି ଏଥିସହିତ ମନ୍ଦିର ଭିତରକୁ ୧୦ଜଣ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରି ଫେରିବା ପରେ ଆଉ ୧୦ ଜଣଙ୍କୁ ଛଡ଼ାଯିବ ବୋଲି ସ୍ଥିର କରା ଯାଇଛି । ଏବଂ ଏଥିସହିତ ୟୁଥ ଫର ସେବା ତରଫରୁ ଜଳଛତ୍ର ର ଆୟୋଜନ କରାଯାଇଛି।ଏହି ବୈଠକ ରେପୂର୍ବତନ କାଉନସିଲର ସୁବ୍ରତ ସାମଲ ,ଗ୍ରାମ ସଭାପତି ସୁଭାଷ ନାଥ, ଯୁବ ସଭାପତି ସୁଭାଷ ସ୍ୱାଇଁ,କାସିନାଥ ନାଥ, ପବିତ୍ର ନାଥ, ରବି ସ୍ୱାଇଁ, ୟୁଥ ଫର ସେବା ର ସଭାପତି ଶ୍ରୀ ଶ୍ରୀ ଶ୍ରୀମାନ ସାରଦା ରଂଜନ ପରିଜା,ଉପସଭାପତି କଲ୍ୟାଣ ଭୁଆଁ,ସମ୍ପାଦକ ସଞ୍ଜୟ ବେହାର,ସନ୍ତୋଷ ଲଳିତ ରାଉତରାୟ,ବନମାଳୀ ସାହୁ,ପ୍ରବିନ କୁମାର ପ୍ରଧାନ, ତପନ ବାଇ, ଚନ୍ଦନ ନାୟକ,ମାନସ ଭୂୟାଁ, ସତ୍ୟବ୍ରତ ସ୍ବାଇଁ , ବବୁଲ୍ଳ, ରାଜା, ଟିଟୁ, ପପୁ, ମୁନା, ତପନ , ବୁଲୁ, ରକେଷ୍ , ଚିକୁ , ବପୁ , ଚନ୍ଦନ , କାର୍ତିକ, କକ୍କୁ, ଭଟୀ, ବାଲିଆ , କାଳିଆ , ଧନ , ରାମ , ବୁବୁ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଶାନ୍ତି ଶୃଂଖଳା ର ସହିତ ପାଳନ କରିବେ ବୋଲି ସ୍ଥିର କରା ଯାଇଅଛି।


