କେନ୍ଦ୍ରାଚଂଳ ଅବକାରୀ ବିଭାଗର ଚଢାଉ ୨୭ଲିଟର ଚୋରାମଦ ଜବତ ୩ଗିରଫ
କେନ୍ଦ୍ରାପଡା,କେନ୍ଦ୍ରାଂଚଳ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୭ଲିଟର ଦେଶୀମଦ ଜବତ କରାଯିବା ସହିତ ୩ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । କେନ୍ଦ୍ରାଚଂଳ ଅବକାରୀ ଇନିସପେକ୍ଟର ଜଗଦିଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଟିମ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳଗଡାରେ ଚଢାଉ କରାଯାଇ ସେଠାରେ ଚୋରାମଦ ବିକ୍ରୀ କରୁଥିବା ବଡପାଳ ଗ୍ରାମର ସୂର୍ଗତ ରଘୁନାଥ ବେହେରାଙ୍କ ପୁଅ ବିଜୟ ବେହେରା(୨୫)କୁ ଗିରଫ କରାଯାଇ ତାଙ୍କ ଠାରୁ ୮ଲିଟର ଚୋରା ବୀଦେଶି ମଦ ସହ ୨ଲିଟର ଦେଶୀମଦ ଜବତ କରାଯିବା ସହିତ ପି.ଆର. ନମ୍ବର ୧୨୯/୨୦୧୯ରେ ମାମଲା ଦାୟର କରାଯାଇଥିବା ବେଳେ ଛଗରିଆଛକରେ ଚଢାଉ କରାଯାଇ ଟାଉନ ଥାନା ଅନ୍ତର୍ଗତ ଶ୍ୟାମଗୁଡିଆ ଗ୍ରାମର ସୂର୍ଗତ ଦିବାକର ସାହୁଙ୍କ ପତ୍ନୀ ବାସନ୍ତୀ ସାହୁ(୬୧)ଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ୬ଲିଟର ବୀଦେଶୀମଦ ଜବତ କରାଯାଇ ପି.ଆର. ନମ୍ବର ୧୩୧/୨୦୧୯ରେ ମାମଲା ଦାୟର ହୋଇଛି ଓ ଗରଜଙ୍ଗାରେ ଚଢାଉ କରାଯାଇ ମାର୍ଶାଘାଇ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ଗୈାରାଙ୍ଗ ନାୟକଙ୍କ ପୁଅ ରମାକାନ୍ତ ନାୟକ(୩୦)କୁ ଗିରଫ କରାଯିବା ସହିତ ତାଙ୍କ ଠାରୁ ୭ଲିଟର ବୀଦେଶୀ ମଦ ଓ ୩ଲିଟର ଦେସୀ ମଦ ଜବତ କରାଯାଇ ପି.ଆର. ନମ୍ବର ୧୩୦/୨୦୧୯ରେ ମାମଲା ଦାୟର କରାଯାଇ ୩ଜଣ ଚୋରାମଦ ବେପାରୀଙ୍କୁ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟକୁ ଚାଲାଣ କରାଯାଇଥିବା ଅବକାରୀ ଇନିସପେକ୍ଟର ଶ୍ରୀ ସାମଲ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅବକାରୀ ସବଇନିସପେକ୍ଟର ଧନଞ୍ଜୟ ପାତ୍ର,ଏ.ଏସ.ଆଇ.ଦେବେନ୍ଦ୍ର ପ୍ରହରାଜ,ଆଲୋକ ଖଟୁଆ,ଦିଲ୍ଲୀପ ତ୍ରିପାଠୀ,ଅର୍ଚ୍ଚନାବାଳା ନାୟକ ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ ।