ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସରେ ଅଙ୍ଗାନାବାଡ଼ି କର୍ମି ବବିତା ପଣ୍ଡା ସମ୍ମାନିତ
ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ଏନଏସିର ପାଞ୍ଚନମ୍ବର ୱାଡ଼ର ବାଜ଼ାର ହରିଜନ ସାହି କେନ୍ଦ୍ରର ଅଙ୍ଗନାବାଡ଼ି କର୍ମି ବବିତା ପଣ୍ଡାଙ୍କୁ କନ୍ୟା ଭ୍ରୁଣ ହତ୍ୟା ରୋକିବା, ଝିଅମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା, ବାଲ୍ୟବିବାହ ରୋକିବା, ଶିଶୁ କନ୍ୟାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ନିର୍ଭୟା କଢ଼ ଯୋଜନାର ସଫଳ ରୂପାୟନ କରିବା, କରୋନା ସଂକ୍ରମଣ ସମୟରେ ନିଷ୍ଠାରସହ ସେବା କରିବା, ସ୍ୱଚ୍ଛତା, ପରିବେଶ ସୁରକ୍ଷା, ବୃକ୍ଷରୋପଣ, ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ , ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସରେ ଜିଲ୍ଲାପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଋଷିକୂଲ୍ୟା ସଭାକକ୍ଷରେ ,ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସରେ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ,କବିସୂର୍ଯ୍ୟନଗର ବିଧାୟିକା ଲାତିକା ପ୍ରଧାନ, ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସୋନମ ପଲେଇ, ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା,,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡ଼ଙ୍ଗୀ, ଯୋଗଦେଇ ଅଙ୍ଗାନାବାଡ଼ି କର୍ମି ବବିତାକୁ ମାନପତ୍ର ଓ ଏକହଜାର ଟଙ୍କା ପ୍ରଦାନ କରି ସମ୍ମାନିତ କରିଥିଲେ । ଏହା ପୂର୍ବରୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ଅଙ୍ଗାନାବାଡ଼ି ବବିତା ଏହି କର୍ଯ୍ୟପାଇଁ ସିଡିପିଓ ସଲୀଳା ପ୍ରଧାନ ଓ ସୁପରଭାଇଜର ସଦାସର୍ବଦା ଉତ୍ସାହିତ କରୁଥିବା କହିଛନ୍ତି । ଏହି ସମ୍ମାନପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।


