ସରକାରଙ୍କ କୋଭିଡ ନିୟମାନୁଯାୟୀ ଜାଗର ଯାତ୍ରା ପାଳନ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଜାଗର ଯାତ୍ରା ସରକାରଙ୍କ କୋଭିଡ ନିୟମାନୁଯାୟୀ ପାଳନ କରିବା ନେଇ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଡୁଙ୍ଗି ଶୈବ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ,ତହସିଲଦାର ଅବିନାଶ ମାହାର,ଟିକାବାଲି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା ଓ ତହସିଲଦାର ବିଶିକେସନ ପ୍ରଧାନଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଗୃହ ବିଭାଗ ଆଦେଶନାମା ୪୦–୨୦୨୦ ତା- ୨୬.୦୨.୨୦୨୧, ଓଡିଶା ସରକାରଙ୍କ ଆଦେଶନାମା ୧୦୨୦–ଆରଏସ ଡିଏମ୍,ତା- ୨୭.୦୨.୨୦୨୧ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କ ଆଦେଶନାମା ୨୭୪ ତା-୦୯.୦୩.୨୦୨୧ ପ୍ରକାରେ ଆଗାମୀ ୧୧ ତାରିଖରେ ହେବାକୁ ଥିବା ଜାଗର ଯାତ୍ରା ପାଇଁ ୯ ଦଫା କଟକଣା ଲାଗୁ କରାଯିବା ନେଇ ପ୍ରଶାସନ ଜଣାଯାଇଛି। ସରକାରଙ୍କ ସର୍ତ୍ତାବଳୀ ଗୁଡିକ ହେଲା–ଶୈବପିଠ ଭିତରେ ଓ ବାହାରେ ଜାଗର ଯାତ୍ରା ହେବନାହିଁ,ଗହଳି ଓ ସାଂସ୍କୃତିକ କାର୍ୟ୍ୟ କରିବା ମନା,ମନ୍ଦିର ଭିତରେ କୀର୍ତ୍ତନ ବା ଭଜନ କରିବା ମନା,ଭକ୍ତମାନେ ୨ ମିଟର ଦୂରତା ବ୍ୟବଧାନରେ ରହି ଦର୍ଶନ କରିବା ସହ ମାସ୍କ ପିନ୍ଧିବା ବାଧ୍ୟ,ପୂଜକମାନେ ଠାକୁରଙ୍କ ନିକଟରେ ଆବଶ୍ୟକୀୟ ପୂଜି କରିବେ,ତହସିଲଦାର କିମ୍ବା ସଂପୃକ୍ତ ପ୍ରାଧୀକୃତ ଅଧିକାରୀ ଓ ପୁଲିସ ଅଧିକାରୀ କୋଭିଡ ନିୟମ ତଦାରଖ କରିପାରିବେ,ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ସହ ବ୍ଳିଚଂ ବ୍ୟବସ୍ଥା କରିବା ଜରୁରୀ, ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ପୁଲିସ ଅଧିକାରୀ ସଚେତନ ରହିବେ। ଏହା ଉପରେ ବିଶେଷ ଗୁରୁତ୍ୱ ଦେବା ସହ ଜି.ଉଦୟଗିରି,କଳିଙ୍ଗା ତଥା ଆଖପାଖ ଅଞ୍ଚଳରେ ଥିବା ଶୈବପୀଠରେ ଯେପରି କୋଭିଡ ନିତୀନିୟମ ଉଲଙ୍ଘନ ନହେବ ସେଥିପ୍ରତି ସତର୍କ କରାଯାଇଥିବା ନେଇ ତହସିଲଦାର ଶ୍ରୀମାହାର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ