ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡର ଚଢାଉ, ୩୬କେଜି ଗଞ୍ଜେଇ ଜବତ, ୪ଗିରଫ  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡର ଚଢାଉରେ ୩୬କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁଙ୍କ ନେତୃତ୍ୱରେ ଅବକାରୀ ଉପନିରୀକ୍ଷକ, ଆର୍‌.ଉଦୟଗିରି ଏବଂ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଉପନିରୀକ୍ଷକ ଏବଂ ଷ୍ଟାଫ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଆର.ଉଦୟଗିରି ଅବକାରୀ ଥାନା ଅଞ୍ଚଳରେ ଅବକାରୀ ଚଢାଉ କରୁଥିବା ସମୟରେ ୪ ଗୋଟି ଏନ୍‌.ଡି.ପି.ଏସ୍‌. କେଶ ରୁଜୁ କରାଯାଇଛି । ମୋଟ ୩୬.୨୪୨ କେଜି ଗଞ୍ଜେଇ ବରାମତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୮୨ ହଜାରରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ସେମାନେ ହେଲେ କଣ୍ଟାପଦର ଗ୍ରାର ଜନ୍ମଞ୍ଜୟ ନାୟକ(୨୭) ବିଜିପୁରର ଲିଙ୍ଗରାଜ ଲିମ୍ମା(୩୫), ସିଧିପୁର ପିତବାସ ରାଉତ(୨୨), ଡାବରିଗୁଡା ଜଶ୍ୟ ପ୍ରଧାନ (୩୩) । ଏମାନଙ୍କ ଠାରୁ ଯଥା କ୍ରମେ ୧୦ କେଜି ୧୦୦ଗ୍ରାମ, ୫ କେଜି୧୦୦ ଗ୍ରାମ, ୧୦କେଜି ୮୧୦ଗ୍ରାମ , ୧୦କେଜି ୨୧୮ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି । ଏନେଇ ଆର୍‌.ଉଦୟଗିରି ଅବକାରୀ ଥାନାରେ ପୃଥକ ଭାବେ ୪ଗୋଟି ମାମଲା ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ