ବିଜେପୁରରେ ୭୯% ମତଦାନ,୨୪ରେ ଗଣତି
ବିଜେପୁର : ସରଗରମ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସରିଛି । ମତଦାନ ହାର ୭୮.୯୬ ପ୍ରତିଶତ ରହିଛି । କୌଣସି ସ୍ଥାନରୁ କିଛି ଅଘଟଣର ରିପୋର୍ଟ ହୋଇନଥିବା ଜଣାପଡି଼ଛି ।୨୦୧୪ ସାଧାରଣ ନିର୍ବାଚନରେ ବିଜେପୁରରେ ୮୦.୨୯ ଏବଂ ୨୦୧୮ ଉପନିର୍ବାଚନରେ ୮୨.୩ ପ୍ରତିଶତ ମତଦାନ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ମତଦାନ ହାର ୭୮.୯୨ ପ୍ରତିଶତ ରେକର୍ଡ କରାଯାଇଥିଲା ।ଏଥର ଉପନିର୍ବାଚନରେ ମତଦାନ ହାର ସକାଳୁ ମାନ୍ଦା ରହିଥିଲା ଏବଂ ପୂର୍ବାହ୍ନ ୧୧ଟା ବେଳକୁ ମାତ୍ର ୨୫.୭ ପ୍ରତିଶତ ରେକର୍ଡ କରାଯାଇଥିଲା । ପରେ ଏହା ବୃଦ୍ଧି ପାଇ ସଂଧ୍ୟା ସୁଦ୍ଧା ୭୮.୯୬ ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି ।