ଶତାବ୍ଦି ଏକ୍ସପ୍ରେସ୍‌ କୋଚରେ ଅଗ୍ନିକାଣ୍ଡ

ନୂଆଦି‌ଲ୍ଲୀ (‌ୱାଇଏନ୍‌ଏସ୍‌): ଦିଲ୍ଲୀ-ଡେରାଡୁନ୍‌ ଶତାବ୍ଦି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ୧୨ଟା ୨୦ରେ ଉତ୍ତରାଖଣ୍ଡର କାନସୋରରେ ହଠାତ୍‌ ଏକ୍ସପ୍ରେସ୍‌ର କୋଚରେ ନିଆଁ ଲାଗି ଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି। ସ‌ର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବଗିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଯାତ୍ରୀମାନେ ଇର୍ମଜେନ୍ସି ଚେନ ଟାଣି ଲୋକୋ ପାଇଲଟଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଲୋକୋ ପାଇଲଟ ଟ୍ରେନ୍‌ ଅଟକାଇଥିଲେ। ଯାତ୍ରୀମାନଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଥିବା ଡେରାଡୁନ୍‌ ରେଳ ଷ୍ଟେଶନର ପରିଚାଳନା ଅଧିକ୍ଷକ ସୀତାରାମ ଶଙ୍କର ପ୍ରକାଶ କରିଛନ୍ତି। ବର୍ତ୍ତମାନ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ