୫୭୭ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ କର୍କଟ ଚିକିତ୍ସା ଯୋଜନା
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟ ସରକାର ରାଜ୍ୟର ସ୍ୱାସ୍ଥ୍ୟସେବା ଭିତିଭୂମିକୁ ପରବର୍ତୀ ସ୍ତରକୁ ନେବା ଉଦ୍ଦେଶ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶା କର୍କଟ ଚିକିତ୍ସା ଯୋଜନା କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅଭିଯାନରେ ପ୍ରାୟ ୫୭୭ କୋଟି ଟଙ୍କା ବିନିଯୋଗ ହେବ ଏବଂ ସମଗ୍ର ରାଜ୍ୟରେ ଉଚ୍ଚସ୍ତରୀୟ କର୍କଟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।