୧୬ ରୁ ଭିସୁଟରେ ଅଫ୍ ଲାଇନ୍ କ୍ଲାସ୍

ଭୁୁବନେଶ୍ୱର,(ୱାଇଏନ୍‌ଏସ୍‌): ଆସନ୍ତା ୧୬ ତାରିଖରୁ ବୁର୍ଲା ସ୍ଥିତ ଭିସୁଟରେ ଆରମ୍ଭ ହେବାକୁ ଯାଉଛି ଅଫ୍ ଲାଇନ୍ କ୍ଲାସ୍ । ଭିସୁଟର ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଅଫ୍ ଲାଇନ୍ ମାଧ୍ୟମରେ କ୍ଲାସ୍ କରିପାରିବେ । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସେମିଷ୍ଟାରରୁ ୧୦ ସେମିଷ୍ଟାର ପର୍ଯ୍ୟନ୍ତ ସମସ୍ତେ ପ୍ରାକ୍ଟିକାଲ୍‌, ସେସନ୍ କ୍ଲାସ୍‌, ଥିଓରି କ୍ଲାସ୍‌, ଡ଼୍ରଇଁ କ୍ଲାସ୍ ଅଫ୍ ଲାଇନ୍ ମାଧ୍ୟମରେ ଦେବା ନିମନ୍ତେ ଭିସୁଟ୍ କୂଳପତି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୂଳପତି ଏକ ବିଜ୍ଞପ୍ତି ଜାରୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ