ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିଵଙ୍କ ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ବାରମ୍ବାର ଅନୁଧ୍ୟାନ
ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ର ଉନ୍ନତି ପାଇଁ ରାଜ୍ୟ ସରକାର ଫୋକସ କରୁଥିବା ବେଳେ, ଏହାକୁ ବାସ୍ତବ ରୂପଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନାଲ କ୍ରୀଷ୍ଣ ଜାନୁଆରୀ ୨୬ ତାରିଖରେ ଗଞ୍ଜାମ ସହରରେ ଥିବା ଐତିହାସିକ ପୋତାଗଡ଼ ଅନୁଧ୍ୟାନ କରିଫେରିବା ପରେ ଗଞ୍ଜାମ ଜିଲ୍ଲାପାଳ ବାରମ୍ବାର ଗ୍ରସ୍ତ ନିଜ ଏହାର ତଦାରଖ କରୁଥିବା ଦେଖାଯାଇଛି।ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ପୋତାଗଡ଼ ପରିସର ସଫେଇ ଓ ବିକାଶ ନେଇ ଅନୁଧ୍ୟାନ କରୁଥିବା ବେଳେ ପୋତାଗଡ଼ ପଛପଟ ଋଷିକୂଲ୍ୟା ନଦୀରେ ବିଦେଶୀ ପକ୍ଷୀଙ୍କୁ ଦେଖି ବିଭୋର ହୋଇପଡ଼ିଥିଲେ । ପରେ ନିଜେ କ୍ୟାମେରା ଧୀର ଫୋଟ ଉଠାଇଥିଲେ । ଏହି ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ଗ୍ରସ୍ତର ୪୫ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ନିଜ ତ୍ବତାବଧାନରେ ପୋତାଗଡ଼ ବିକାଶର ମନିଟରିଙ୍ଗ କରିବା ସହ ତିନିଥର ଗ୍ରସ୍ତ କରିଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ପୋତାଗଡ଼ ଚତୁର ପାର୍ଶ୍ୱରେ ଆଲୋକ ବ୍ୟବସ୍ଥା ହେବା ସହ, ସଫେଇ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ, ପୁନରୁଦ୍ଧାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ପ୍ରଶାସନ ନିଷେଧ କରିଛି। ଜଳସେଚନ ଓ ଡ୍ରେନେଜ ବିଭାଗର ମିଳିତ ଉଦ୍ୟମରେ ଗଡର ଭିତ୍ତିଭୂମିର ବିକାଶ , ରୁପରେଖର ଉନ୍ନତି ପାଇଁ ଡିଜାଇନ ପ୍ରସ୍ତୁତି ଚାଲିଥିବା ବେଳେ, ପୋତାଗଡ଼ ପରିସରରେ ସ୍ମାର୍ଟ ପାର୍କ, ଶିଶୁ ଉଦ୍ୟାନ, ଫୁଡ଼ ପ୍ଲାଜା ନିର୍ମାଣ, , ଆଲୋକି କରଣ, ପୋତାଗଡ଼ ପଛ ଋଷିକୂଲ୍ୟା ମୁହାଣ ନଦୀ ପାର୍ଶ୍ୱରେ ଚ୍ୟାର ସ୍ଥାପନ କରାଯିବା ନେଇ ପ୍ଳାନ କରାଯାଇଥିବା ଜଣାପଡିଛି । ପୁର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ଗ୍ରସ୍ତ ଓ ବର୍ତ୍ତମାନ ଜିଲ୍ଲାପାଳଙ୍କ ବାରମ୍ବାର ଗ୍ରସ୍ତ ଓ ସମୀକ୍ଷା ଏକ ବଡଧରଣର ଉନ୍ନୟନ କାର୍ଯ୍ୟହେବା ନେଇ ଅଶାବାନ୍ଧିଛନ୍ତି ଅଞ୍ଚଳ ବାସୀ । ଏହି ଅବସରରେ ବିଜେଡି ଯୁବନେତା ସୁଧୀର ପାଢ଼ୀ, ରାକେଶ ଦାସ, ଓ ସ୍ୱେଚ୍ଛାସେବୀ ସାଗର ତରାଇ ପ୍ରମୁଖ ପୋତାଗଡ଼ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।