ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦୁଇ ଦିନିଆ ବ୍ୟାଙ୍କ୍ ଧର୍ମଘଟ
ଭୁବନେଶ୍ୱର (ୱାଇଏନ୍ଏସ୍) : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁବିଏଫ୍ୟୁ) ପକ୍ଷରୁ ଆଜି ଓ ଆସନ୍ତାକାଲି ଧର୍ମଘଟ ଡାକରା ଦିଆଯାଇଛି । ରାଜ୍ୟରେ ବିଭିନ୍ନ ସ୍ଥାରେ ବହୁ ବ୍ୟାଙ୍କ୍ ଧର୍ମଘଟ ପ୍ରଦର୍ଶନ କରୁଛି । ତେଣୁ ନଅଟି ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଧିକାରୀ ସଂଘ ଆଜିର ଧର୍ମଘଟରେ ସାମିଲ ହୋଇଛନ୍ତି । ଦେଶବ୍ୟାପୀ ପ୍ରାୟ ୧୦ ଲକ୍ଷରୁ ଅଧିକ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି ।


