ସରକାରଙ୍କୁ ଘାରିଛି ଘରୋଇକରଣ ନୀତି: ଏବେ ଦେଶର ବଡ଼ବଡ଼ ବିମାନ ବନ୍ଦରର ହେବ ଘରୋଇକରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଘରୋଇକରୋନା ଉପରେ ଜୋର୍ ଦେଉଥିବା ବେଳେ, ପ୍ରଥମେ ବ୍ୟାଙ୍କ୍‌, ରେଳ ତା ପରେ ବିଭିନ୍ନ ସରକାରୀ ସେକ୍ଟର ଗୁଡିକୁ ଗୋଟିଏ ପରେ ଗୋଟିଏ ଘରୋଇକରଣ କରିବା ପାଇଁ ତତ୍ପରତା ଦେଖାଇଛନ୍ତି । ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କିଛି ବିମାନବନ୍ଦରର ଅଂଶଧନକୁ ବିକ୍ରି କରିବାକୁ ବିଚାର କରୁଛନ୍ତି ସରକାର । ବାଙ୍ଗାଲୋର, ହାଇଦ୍ରାବାଦ ଏବଂ ଦିଲ୍ଲୀ ବିମାନବନ୍ଦରରେ ଥିବା ସରକାରୀ ଅଂଶଧନକୁ କେନ୍ଦ୍ର ସରକାର ବିକ୍ରି କରିବେ ବୋଲି ଯୋଜନା ପ୍ରସ୍ତୁତି କରିଛନ୍ତି । ସୂଚନାଯେ, ଆସେଟ ମୋନୀଟାଇଜେସନ ବା ସମ୍ପତ୍ତିର ନିଜୀକରଣ ଜରିଆରେ ସରକାର ୨.୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋର, ହାଇଦ୍ରାବାଦ ଏବଂ ଦିଲ୍ଲୀ ବିମାନବନ୍ଦର ବ୍ୟତୀତ ସରକାର ଆହୁରି ୧୩ଟି ବିମାନବନ୍ଦର ଚିହ୍ନଟ କରିଛନ୍ତି। ଯାହାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ଘରୋଇକରଣ କରିବେ । ଘରୋଇକରଣ ପାଇଁ ୧୩ଟି ବିମାନବନ୍ଦର ମଧ୍ୟରୁ ଉଭୟ ଲାଭଜନକ ଏବଂ ଅଣ-ଲାଭକାରୀ ବିମାନବନ୍ଦର ଅନ୍ତର୍ଭୁକ୍ତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ