ପତିଙ୍କୁ ପ୍ରେମପତ୍ର ଲେଖିଲେ ସନ୍ନି ଲିଓନି

“ଏତେ ବର୍ଷ ସାଙ୍ଗ ହୋଇ ବିତାଇବା ପରେ ମୋତେ ଏ ପର୍ଯ୍ୟନ୍ତ ବିଶ୍ୱାସ ହେଉନି ଯେ ମୁଁ ତୁମକୁ ଏତେ ଭଲ ପାଉଛି । ତୁମେ ମଜବୁତ୍‌, ସାହସୀ, ବହୁତ ସ୍ମାର୍ଟ, ଯତ୍ନବାନ୍‌, ଉଦାର, ନିଃସ୍ୱାର୍ଥପର, ସ୍ନେହୀ ଓ ସବୁଠାରୁ ବଡ଼ କଥା ହେଉଛି ଜଣେ ଭଲ ସ୍ୱାମୀ ଓ ବାପା । ମୋ ପ୍ରିୟ ଡାନିଏଲ୍ ୱେବରଙ୍କୁ ଜନ୍ମଦିନରେ ବହୁତ ସାରା ଶୁଭକାମନା’ । ଏପରି ଏକ ଲଭ୍ ଲେଟର୍ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି ତାଙ୍କ ସ୍ୱାମୀ ଡାନିଏଲ୍ ୱେବରଙ୍କୁ ସୋଶାଲ ମିଡିଆରେ ଲେଖିଛନ୍ତି । ରବିବାର ଡୋନିଏଲ୍ ତାଙ୍କର ୪୧ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କୁ ଶୁଭେଚ୍ଛା ଜଣାଇବା ସମୟରେ ସନ୍ନି ଖୁବ୍ ଭାବବିହ୍ୱଳ ହାଇପ?ିଥିଲେ । “ବେରଙ୍କୁ ଜଣେ ଭଲ ସ୍‌”ାମୀ ଓ ବାପା ବାଲି କହି ଇନଷ୍ଟାଗ୍ରାମ୍ରେ ଏହି ଲଭ୍ ଲେଟର୍କୁ ଲେଖିଛନ୍ତି ସନ୍ନି । ସ୍‌”ାମୀଙ୍କର ଜନ୍ମଦିନରେ ସନ୍ନି ତାଙ୍କର ତିନି ଛୁଆଙ୍କ ସହିତ ଦୁଇଟି ଫଟା ମଧ୍ୟ ପାଷ୍ଟ କରିଛନ୍ତି । ପର୍ଣ୍ଣ ଷ୍ଟାର୍ ଭାବେ ବିବାଦୀୟ ହୋଇ ପଡ଼ିଥିବା ସନ୍ନି ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଅତୁଟ ଭଲ ପାଇବା ଦେଖିବାକୁ ମିଳିଥାଏ । ଅନେକ ସମୟରେ ଦୁହେଁ ଦୁହିଁଙ୍କର ପ୍ରଶଂସା କରିଥା’ନ୍ତି । ନିକଟରେ ଡାନିଏଲ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ, “ଜୀବନର ପ୍ରତ୍ୟେକ ନିଷ୍ପତ୍ତି ସେ ତାଙ୍କ ସ୍ତ୍ରୀକୁ ପଚାରି ନେଇଥା’ନ୍ତି । ଆମେ ପରସ୍ପରକୁ ସମ୍ମାନ କରିଥାଉ ।’ ସୂଚନାଯାଗ୍ୟ ୨୦୧୧ରେ ସନ୍ନି ସଙ୍ଗୀତକାର ଡାନିଏଲ୍ ୱେବରଙ୍କୁ ବିବାହ କରିଥିଲେ । ଏହି ଦମ୍ପତି ୨୦୧୭ରେ ନିଶା ନାମରେ ଏକ ଝିଅକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ପରେ ସରାଗେସୀ ମାଧ୍ୟମରେ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ