ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରର ଓାର୍ଡ ନଂ ୩ ଠାରେ ଥିବା ରାଉତ କମ୍ପେ୍ଲକ୍ସ ର ଏ ବ୍ଲକ ବିଲ୍‌ଡିଂ ରେ ଜଣେ ସୁରକ୍ଷା କର୍ମୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଯୋଡା କୁନ୍ଦୁରୁନାଲାରେ ରହୁଥିବା ଲକ୍ଷ୍ମଣ ପାତ୍ର (୫୦) ଏକ ଘରୋଇ ସିକ୍ୟୁରିଟ ସଂସ୍ଥାରେ ସୁରକ୍ଷା କର୍ମୀଭାବେ କାର୍ଯ୍ୟ କରୁଥିଲେ । ସେ ମଙ୍ଗଳବାର ରାଉତ କମ୍ପେ୍ଲକ୍ସ ର ଏ ବ୍ଲକ ବିଲ୍‌ଡିଂ ରେ ନାଇଟ୍ ସିପ୍ଟ ଡ୍ୟୁଟି କରୁଥିଲେ । ମଙ୍ଗଳବାର ଭୋର ସମୟରେ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଉକ୍ତ ଏ ବ୍ଲକ ବିଲ୍‌ଡି୍‌ଂ ର ତୃତୀୟ ମହଲାରେ ଲକ୍ଷ୍ମଣ ପାତ୍ର ଏକ ରଶିରେ ଝୁଲୁଥିବା ଦେଖି ରାଉତ କମ୍ପେ୍ଲକ୍ସ ର ମାଲିକଙ୍କୁ ଖବର ଦେଇଥିଲେ । ରାଉତ କମ୍ପେ୍ଲକ୍ସ ର ମାଲିକ ଯୋଡା ଥାନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହନଚି ଶବକୁ ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ