ଜଳେଶ୍ୱର ଯୁବ ସଂସଦ ପକ୍ଷରୁ ନାଟକ ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଜଳହରି ସ୍କୁଲ ପଡିଆ ଠାରେ ଜଳେଶ୍ୱର ଯୁବ ସଂସଦ ପକ୍ଷରୁ ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ନବକିଶୋର ପରିଡାଙ୍କ ସଭାପତିତ୍ୱରେ ଅନଷ୍ଠିତ ହୋଇଥିବା ନାଟକ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ସଦସ୍ୟା ମୋହନ କୁମାର ରାୟ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ପ୍ରତ୍ୟୁଷ ସାମଲ, ନିମନ୍ତ୍ରିତ ଅତିଥି ଭାବେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଅନ୍ୟତମ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ବିମ୍ବାଧର ପଲେଇ, ସୁକୁମାର ପଲେଇ ପ୍ରମୁଖ ଯୋଗଦେଇଥିଲେ । ଗ୍ରାମ୍ୟ ମଞ୍ଚରେ ନାଟକ ପରିବେଷଣ ଭାଇଚାରାର ସମ୍ପର୍କକୁ ମଜବୁତ କରିଥାଏ ବୋଲି ଅତିଥି ମାନେ ଏହି ଅବସରରେ ମତବ୍ୟକ୍ତ କରିଥିଲେ । ପବିତ୍ର ପାଣିଗ୍ରାହୀ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ଗୁରୁପ୍ରସାଦ ପଲେଇ ଧନ୍ୟବାଦ ଦେଇଥିଲେ । ସାମାଜିକ ନାଟକ କହଇ ମନ ଆରେ ମୋ ଅବଲକର ଓ ସବୁ ଉପର ବାଲାର ଖେଳ ଦୁଇଦିନ ଧରି ଗ୍ରାମର କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ଏଥିରେ ଯୁବ ସଂସଦ ପକ୍ଷରୁ ପ୍ରଦୀପ ପଲେଇ, ପ୍ରଭାତ ପଲେଇ, ରାଜେନ୍ଦ୍ର ପରିଡା, ସୁରେନ୍ଦ୍ର କବି, ସୁବାଷ ସାମଲ, ପ୍ରଶାନ୍ତ କବି, ସରୋଜ ପଲେଇ, ବଳରାମ ସେଠୀ, ବିଦ୍ୟାଧର ମହାରଣା, ରମ୍ଫୁ ପରିଡା, ରମେଶ ଜେନା, ବାପି ପାଣିଗ୍ରାହୀ ପ୍ରମୁଖ ଅଭିନୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ