ତାମ୍ପରା ହ୍ରଦର ପୁନରୁଦ୍ଧାର ଓ ମତ୍ସ୍ୟଜୀବୀଙ୍କୁ ଅଗ୍ରାଧିକାର ଦେବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ପୋଡାପଦର ପଞ୍ଚାୟତ ପକ୍ଷରୁ ସ୍ମାରକ ପତ୍ର

ଛତ୍ରପୁର (ଦେବଦତ୍ତ ମହାରଣା) : ହୁମୁରୀ ତାମ୍ପରା ହ୍ରଦରେ ପୁନରୁଦ୍ଧାର ଓ ମତ୍ସ୍ୟଜୀବୀମାନଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ପୋଡାପଦର ପଞ୍ଚାୟତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ହୁମୁରୀ ତାମ୍ପରା ହ୍ରଦ ଚତୁଃପାଶ୍ୱର୍ରେ ଅଗସ୍ତିନୂଆଗାଁ, ପୋଡାପଦର, ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ, କଣମଣା ଆଦି ୫ ଟି ପଞ୍ଚାୟତବାସୀଙ୍କ ଦୋଫସଲ ଜମି, କାଜୁ ଜଙ୍ଗଲ ଓ ମାଛ ଚାଷୀମାନଙ୍କ ଜୀବିକା ନିର୍ବାହର ମୁଖ୍ୟ ପନ୍ଥା ରହିଛି । ସେହିପରି ହୁମୁରୀ ମତ୍ସ୍ୟଜୀବୀ ସୋସାଇଟି ଅଧୀନରେ ଆଜକୁ ବହୁବର୍ଷ ଧରି ଏହି ତାମ୍ପରା ହ୍ରଦରେ ମାଛ ଧରି ଜୀବିକା ନିର୍ବାହ କରି ଆସୁଅଛୁ । ରାଜସ୍ୱ ରେକର୍ଡ ଅନୁଯାୟୀ ହୁମୁରୀ ତାମ୍ପରା ହ୍ରଦର ଲମ୍ବ ୭.୫୦୦ କିମି ଓ ପ୍ରସ୍ଥ ୭୦୦ ମିଟର ସମୁଦାୟ ୮୦୭.୯୯୪ ଏକର ଅଟେ । ଏଣୁ ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ୍ ଓ ଷ୍ଟିଲ ବିଭାଗ ତରଫରୁ ଗୋଷ୍ଟିଗତ ସାମାଜିକ ଆର୍ଥିକ ସହାୟତା ପାଣ୍ଠିରୁ ଉକ୍ତ ହ୍ରଦକୁ ପୁନରୁଦ୍ଧାର କରାଗଲେ ୫ଟି ପଞ୍ଚାୟତର ଶତାଧିକ ପରିବାର ଉପକୃତ ହୋଇପାରିବେ ବୋଲି ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଆଲୋଚନା କରିଥିଲେ । ଏହାସହ ତାମ୍ପରା ଚତୁଃପାଶ୍ୱର୍ ବିକାଶ ନିମନ୍ତେ ବହୁ ସଂଗଠନ ପକ୍ଷରୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ