ଗଣେଷ ବିଦ୍ୟାପୀଠ ଠାରେ ଦିବ୍ୟାଙ୍କ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ନେଇ ସଞ୍ଚାର -୨ କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର (ଦେବଦତ୍ତ ମହାରଣା) : ଶିକ୍ଷାଅଭିଯାନ ଗଞ୍ଜାମ ଆନୁକୁଲ୍ୟରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ଛତ୍ରପୁର ସ୍ଥିତ ଗଣେଷ ବିଦ୍ୟାପୀଠ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ୍ ଶିବିର ସଞ୍ଚାର ୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ସିଆରସିସି ରିତା ରଥ, ଆରପି କୃଷ୍ଣ ଚନ୍ଦ୍ର ଦାଶ, ଅଶ୍ୱିନୀ କୁମାର ପାଇକରାୟ ଏବଂ ଦୀପାଞ୍ଜଳୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କୁମାରବେଗପଲ୍ଲୀ ଓ କେ. ବଗଡପାଲି କ୍ଲଷ୍ଟର ର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ମାନଙ୍କୁ ଅତିରିକ୍ତ ଗୋଷ୍ଟୀ ଶିକ୍ଷାଧିକାରୀ ସମସ୍ତ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ ।


