ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ମିଳିଲା ଅନୁମତି
ବ୍ରହ୍ମପୁର (ଅନିଲ କୁମାର): ବ୍ରହ୍ମପୁରର ମା ଠାକୁରାଣୀ ଯାତ୍ରାକୁ ଅନୁମତି ଦେଇଛନ୍ତି ପ୍ରଶାସନ । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି । କରୋନା କଟକଣା ସହ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ହେବ । ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ । ରାଜବାଟୀକୁ ଠାକୁରାଣୀଙ୍କୁ ନ ନେବାକୁ କୁହାଯାଇଛି । ଯାତ୍ରା ସମୟରେ ସାହି ପରିକ୍ରମା ଏବଂ ବେଶ ଓ କଳାକୁଞ୍ଜ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।


