ଦୁଇଟି କଲେଜରେ ମୋ କଲେଜ ଅଭିଯାନ ଲୋକାର୍ପିତ

ଛତ୍ରପୁର (ଦେବଦତ୍ତ ମହାରଣା) : ପୂର୍ବରୁ ମୋ ସ୍କୁଲ ଅଭିଯାନର ଶୁଭାରମ୍ଭ ହୋଇ କାର୍ଯ୍ୟରେ ସଫଳତା ହାସଲ କରିଥିବା ବେଳେ କଲେଜ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡିବା ଲକ୍ଷ ନେଇ ଆଉ ଏକ ଅଭିନବ କାର୍ଯ୍ୟକ୍ରମ ମୋ କଲେଜ ଅଭିଯାନର ଶୁଭାରମ୍ଭ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି । ହାତରେ ହାତ ମିଶାଇ ଏହି ଅଭିଯାନକୁ ସଫଳ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଛତ୍ରପୁର ମହିଳା ଡିଗ୍ରୀ କଲେଜ ଓ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ରହି ଯୋଗ ଦେଇଥିଲେ । ଏଥିରେ ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷା ଡଃ ସୁମିତା ମିଶ୍ର, ମୋ କଲେଜ ଅଭିଯାନର ସଂଯୋଜିକା ତଥା ଅଧ୍ୟାପିକା କବିତା ସାହୁଙ୍କ ସମେତ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଏବଂ ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ, ଟି.ଚନ୍ଦ୍ର ଶେଖର ରାଓ, ବି.ରାଜିବାବୁ, ଜି. ପାପା ରାଓ, କିଶୋର ଚନ୍ଦ୍ର ସେନାପତି, ପ୍ରଦୋଷ କୁମାର ବେହେରା, ଅହି ଭୂଷଣ ସାହୁ, ସନମୁଖ ପଟ୍ଟନାୟକ, ଅଟ୍ଟଳ ବିହାରୀପଟ୍ଟନାୟକ, ସରକାରୀ ଓକିଲ ସୁରେଶ ପଣ୍ଡା, ଡମିନାଥ ସାହୁ ଓ କାଳୀ ପ୍ରସାଦ ଦାସଙ୍କ ସମେତ ବହୁ ପୁରାତନ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ସରକାରି ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଥିବା ଡଃ ଏପିଜେ ଅବଦୁଲ କଲାମ କନଫେରେନ୍ସି ହଲ୍ ଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ମୋ କଲେଜ ଅଭିଯାନ ଲୋକାର୍ପଣ ଉତ୍ସବରେ ବିଧାୟକ ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ମୋ କଲେଜ ଅଭିଯାନର ସଂଯୋଜିକା ତଥା ଅଧ୍ୟାପିକା ଡଃ ପିଙ୍କି ରାଣୀ ଦେଇ , ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି, ମହାବିଦ୍ୟାଳୟର ପ୍ରଥମ ଛାତ୍ର ସଂସଦର ସଭାପତି ତଥା ବରିଷ୍ଠ ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା, ପୁରାତନ ଛାତ୍ର ସଂଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ, ସଂପାଦକ ସମୀର ଆଚାର୍ଯ୍ୟ, ଶିକ୍ଷାବିତ୍ ଚିନ୍ମୟ କୁମାର ଦାଶ ଓ ସୁଧିର କୁମାର ସାହୁ, କମଳ ପଣ୍ଡା ,ଭବାନୀ କାନ୍ତ ସାହୁ , ପ୍ରଶାନ୍ତ କୁମାର ପଣ୍ଡା, ଡି. ଆଦି ନାରାୟଣ ରେଡ୍ଡି, ପ୍ରଫୁଲ୍ଲ କୁମାର ସେନାପତି, ଅରୁଣ ଶତପଥି, ଦିଲ୍ଲୀପ ପଲାଇ, ଇଜୁ ଆମିନ୍ ଖାନ୍ , ସନ୍ତୋଷ କୁମାର ମିଶ୍ର ଓ ପି. ଧର୍ମା ରେଡ୍ଡ୍‌୍‌ିଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ