ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବାକୁ ନିଷ୍ପତି
ଭୁବନେଶ୍ୱର, (ୱାଇଏନ୍ଏସ୍): ବ୍ରହ୍ମପୁର ଓ ବିଜୟନଗରମ୍ ମାର୍ଗ ଦେଇ ଭୁବନେଶ୍ୱର ଜୁନାଗଡ଼ ରୋଡ଼ ଏବଂ ଜଗଦଲପୁରକୁ ବିଶେଷ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଭୁବନେଶ୍ୱରଠାରୁ ନୟାଗଡ଼ ଟାଉନ ମଧ୍ୟରେ ବିଶେଷ ଟ୍ରେନ୍ ଚଳାଚଳ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଅଛି । ଭୁବନେଶ୍ୱରରୁ ଜୁନାଗଡ଼ ରୋଡ଼୍ ବିଶେଷ ଟ୍ରେନ୍ – ଏପ୍ରିଲ ମାସ ୧୦ ତାରିଖ ଠାରୁ ଭୁବନେଶ୍ୱର ଠାରୁ ୦୨୦୯୭ ଭୁବନେଶ୍ୱର-ଜୁନାଗଡ଼ ରୋଡ଼୍ ବିଶେଷ ଟ୍ରେନ୍ ଛାଡ଼ିବାକୁ ଥିବା ବେଳେ ଜୁନାଗଡ଼ ରୋଡ଼ଠାରୁ ୦୨୦୯୮ ଜୁନାଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ୍ ଏପ୍ରିଲ ମାସ ୧୧ ତାରିଖ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ଟ୍ରେନ୍ ଭୁବନେଶ୍ୱରରୁ ରାତ୍ର ୯ଘ.୪୦ମି.ରେ ଛାଡ଼ି ଜୁନାଗଡ଼ ରୋଡ଼ରେ ତା ପରଦିନ ପୂର୍ବାହ୍ନ ୯ଘ.୧୦ମିରେ ପହଂଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ଜୁନାଗଡ଼ ମଧ୍ୟରେ ଖୋର୍ଦ୍ଧାରୋଡ଼, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ଇଚ୍ଛାପୁରମ୍, ପଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡ଼ା, ବିଷମକଟକ, ମୁନିଗୁଡ଼ା, ଆମ୍ବୋଦଳା ଏବଂ ଭବାନୀପାଟଣା ଷ୍ଟେସନ ମାନଙ୍କରେ ରହଣି କରିବ । ଭୁବନେଶ୍ୱର-ଜଗଦଲପୁର ବିଶେଷ ଟ୍ରେନ୍ – ୨୦ ଏପ୍ରିଲ, ୨୦୨୧ ଠାରୁ ୦୮୪୪୭ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ବେଳେ ଜଗଦଲପୁରରୁ ୦୮୪୪୮ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ୨୧ ଏପ୍ରିଲ ୨୦୨୧ ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏିହ ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୭ଘ.୩୫ମି.ରେ ଛାଡ଼ି ତା ପରଦିନ ପୂର୍ବାହ୍ନ ୧୧ ଘ. ୫୫ମି.ରେ ଜଗଦଲପୁରରେ ପହଂଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ଜଗଦଲପୁରରୁ ଅପରାହ୍ନ ୪ଘ.୩୦ମି.ରେ ଛାଡ଼ି ଭୁବନେଶ୍ୱରରେ ତା ପରଦିନ ସକାଳ ୮ଘ. ୨୦ମି.ରେ ପହଂଚିବ । ଏହିଟ୍ରେନ୍ ଉଭୟ ପାଶ୍ୱର୍ରୁ ଭୁବନେଶ୍ୱର ଓ ଜଗଦଲପୁର ମଧ୍ୟରେ ଖୋର୍ଦ୍ଧା ରୋଡ଼, ନିରାକାରପୁର, କାଳୁପଡ଼ାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର, ବ୍ରହ୍ମପୁର, ଇଚ୍ଛାପୁରମ୍, ସୋମପେଟା, ପଲାସା, ଶ୍ରକାକୁଲମ ରୋଡ଼, ଚିପୁରୁପାଲୀ, ବିଜୟନଗରମ୍, ବବିଲି, ପାର୍ବତୀପୁରମ, ପାର୍ବତୀପୁରମ୍ ଟାଉନ, ରାୟଗଡ଼ା, ଟିକିରି, ଦାମନଯୋଡ଼ି, କୋରାପୁଟ ଏବଂ ଜୟପୁର ଷ୍ଟେସନ ମାନଙ୍କରେ ରହଣି କରିବ । ଏହା ପୂର୍ବରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ଏବଂ କୋରାପୁଟ ମଧ୍ୟରେ ସମ୍ବଲପୁର, ଟିଟିଲାଗଡ଼ ଏବଂ ରାୟଗଡ଼ା ମାର୍ଗ ଦେଇ ଚଳାଚଳ କରୁଥିଲା । ଯାତ୍ରୀ ମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ୧୯ ଏପ୍ରିଲରୁ ଭୁବନ୍ୱେର ଠାରୁ ଏବଂ ୨୦ ଏପ୍ରିଲ, ୨୦୨୧ ଠାରୁ କୋରାପୁଟରୁ ବାତିଲ କରାଯାଇ ଏହି ଟ୍ରେନର କୋଭିଡ଼ ପୂର୍ବରୁ ନିର୍ଦ୍ଧାରିତ ଚଳାଚଳ ମାର୍ଗ ଭାୟା ବ୍ରହ୍ମପୁର, ବିଜୟନଗରମ୍ ଏବଂ ରାୟଗଡ଼ା ପଥଦେଇ ଚଳାଚଳ କରାଇବାକୁ ନିଷ୍ପତି ଗ୍ରହଣ କରାଗଲା । ଭୁବନେଶ୍ୱର-ନୟାଗଡ଼ ଟାଉନ୍ ବିଶେଷ ଟ୍ରେନ୍ – ୦୮୪୨୩ ଭୁବନେଶ୍ୱର-ନୟାଗଡ଼ ଟାଉନ ସ୍ପେଶାଲ ଭୁବନେଶ୍ୱରରୁ ୧୩ ଏପ୍ରିଲ ୨୦୨୧ ଏବଂ ୦୮୪୨୪ ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ ନୟାଗଡ଼ ଟାଉନଠାରୁ ୧୪ ଏପ୍ରିଲ ୨୦୨୧ ଠାରୁ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି । ଏହି ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୬ଘ.୪୦ମି.ରେ ଛାଡ଼ି ନୟାଗଡ଼ ଟାଉନରେ ରାତ୍ର ୮ଘ.୪୫ ମି.ରେ ପହଂଚିବ । ନୟାଗଡ଼ ଟାଉନରୁ ଏହିଟ୍ରେନ୍ ସକାଳ ୬ଘ.୩୦ମି.ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ ଘଟିକାରେ ପହଂଚିବ । ଉଭୟ ଦିଗରୁ ଏହି ଟ୍ରେନ୍ ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଖୋର୍ଦ୍ଧାରୋଡ଼, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡ଼ ରୋଡ଼ରେ ରହଣି କରିବ ।


