ସାଧନକେନ୍ଦ୍ର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ):ସମଣା ସାଧନକେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବାହାରିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ସହଶିକ୍ଷା ଅଧିକାରୀ ତଥା ବିଆରସିସି ସୁରେଶ କୁମାର ଜେନା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମିହିର କୁମାର ପଣ୍ଡା, ଯୋଗଦେଇ ଅବସର ନେଇଥିବା ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାହୁ, ଭୀମସେନ ନାୟକ, ଆର୍ତତ୍ରାଣ ସାହୁଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ସେମାନଙ୍କ ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ସମଣା ସାଧନକେନ୍ଦ୍ରର ସଂଯୋଜକ ମୃତ୍ୟୁଞ୍ଜୟ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏହି କ୍ଲଷ୍ଟର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ