ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ସେ ‘ଜାତୀୟ ସହିଦ ସ୍ମାରକୀ’ରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୋଦୀ କହିଛନ୍ତି ଯେ, ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ । ଗସ୍ତକାଳରେ ବାଂଲାଦେଶର ରାଷ୍ଟ୍ରପତି ଅବ୍ଦୁଲ୍ ହମିଦ୍ଙ୍କୁ ମଧ୍ୟ ସେ ଭେଟିବେ। ଏହି ଦୁଇଦିନିଆ ଗସ୍ତରେ ଭାରତ ଓ ବାଂଲାଦେଶ ମଧ୍ୟରେ ଅନ୍ୟୂନ ୫ଟି ‘ମେମୋରାଣ୍ଡମ୍ସ୍ ଅଫ୍ ଅଣ୍ଡର୍ଷ୍ଟାଣ୍ଡିଙ୍ଗ୍’ ସ୍ୱାକ୍ଷର ହେବ ବୋଲି ମନେକରାଯାଉଛି। ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ଟୁଙ୍ଗିପଡ଼ାରେ ଥିବା ବଙ୍ଗବନ୍ଧୁଙ୍କ ସମାଧି ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।


