ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଇରଙ୍ଗପୁର ହସ୍ପିଟାଲକୁ ପୁରସ୍କାର

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ରାଜ୍ୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଜ୍ୟ କ୍ୱାଲିଟି ଆସ୍ୟୁରା‌ନ୍ସ କମିଟି ଏବଂ କାୟାକଳ୍ପର ରାଜ୍ୟ ସ୍ତରୀୟ ଚୟନ କମିଟି ତରଫରୁ ରାଜ୍ୟର ୧୪୪ଟି ଉପଖଣ୍ଡ ଡ଼ାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ କାୟାକଳ୍ପ ୨୦୨୦/୨୧ ପାଇଁ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ହସ୍ପିଟାଲକୁ କାୟାକଳ୍ପ ୨ୟ ଯୁଗ୍ମ ରନର୍ସ ଅପ୍ ଏଓ୍ବାର୍ଡ ଘୋଷଣା ପତ୍ର ଚିଠି ନଂ ୩୯୩୪ ତାରିଖ ୨୫/୦୩/୨୦୨୧ ଦ୍ବାରା ପ୍ରକାଶିତ କରିଛନ୍ତି । ସମସ୍ତଙ୍କୁ ପଛରେ ପକାଇ କେନ୍ଦୁଝର ଜିଲ୍ଲାର ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧ମ- ଏବଂ ୨ୟ +ଯୁଗ୍ମ କେନ୍ଦୂଝର ଜିଲ୍ଲାର ଭଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ରାଇରଙ୍ଗପୁର ହସ୍ପିଟାଲ,୩ୟ- ନବରଙ୍ଗପୁର ଜିଲ୍ଲାର ପୂଜାରିଗୁଡା,୪-ଭଦ୍ରକ ଜିଲ୍ଲାର ବାସୁଦେବପୁର। ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ କାୟାକଳ୍ପ ପୁରସ୍କାର ମିଳିଥିବାରୁ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ,ନର୍ସ,ପାରା ମେଡିକାଲ ଷ୍ଟାଫ୍,ରୋଗୀକଲ୍ଯାଣ ସମିତି ସଭ୍ୟ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ହସ୍ପିଟାଲର ପରିଷ୍କାର,ପରିଛନ୍ନତା, ସବୁଜିମା, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉତ୍ସର୍ଗୀକୃତ ସେବା , ବ୍ୟବହାର, ଖାଦ୍ୟର ମାନକୁ ନେଇ ଚୟନ କମିଟି ବିଶେଷଜ୍ଞଙ୍କ ଦ୍ବାରା ଚୟନ କରାଯାଇଥିଲା ।ଭାରାପ୍ରାପ୍ତ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରମୋଦ ସାହୁ ହସ୍ପିଟାଲର ଡାକ୍ତର, କର୍ମଚାରୀ ନର୍ସ,ପାରା ମେଡିକାଲ ଷ୍ଟାଫଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ ରାଇରଙ୍ଗପୁର ହସ୍ପିଟାଲ ରାଜ୍ୟ ସ୍ତରୀୟ କାୟାକଳ୍ପ ପୁରସ୍କାର ହାସଲ କରି ରେକର୍ଡ ସୃଷ୍ଟି କରିଛି । ସେଥିପାଇଁ ସେ ସମସ୍ତ ହସ୍ପିଟାଲ ଷ୍ଟାଫଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ