ପୋଲ ଭିତରୁ ଗଳିତ ଶବ ଉଦ୍ଧାର
ଘଟଗାଁ, (ନାରାୟଣ ପଲେଇ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟବର୍ତି ରାସ୍ତାକଡ ପୋଲ ଭିତରୁ ଆଜି ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର କରିଛି ଘଟଗାଁ ପୋଲିସ । ସୂଚନା ଅନୁସାରେ ଘଟଗାଁ ବ୍ଲକ୍ ଅଧିନସ୍ଥା ଗୁଣ୍ଡିଚାଘାଗି ଜଳପ୍ରପାତକୁ ଯିବା ରାସ୍ତାର ବଣଚକୁଳିଆ ନିକଟବର୍ତି ରାସ୍ତାକଡ ପୋଲ ଭିତରେ ଜଣେ ଅଜଣା ବ୍ୟକ୍ତିଙ୍କର ଗଳିତ ଶବ ଉଦ୍ଧାର କରାଯାଇଛି । ତେବେ ମୃତ ବ୍ୟକ୍ତିଙ୍କର ପରିଚଳ ମିଳିପାରିନାହିଁ । ତେବେ ପାରିପାଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି କି ଉକ୍ତ ବ୍ୟକ୍ତି ଜଣଙ୍କୁ ପ୍ରଥମେ ହତ୍ୟା କରି ପୋଲ ଭିତରେ ଭର୍ତି କରାଯାଇଛି ବୋଲି ସନ୍ଦେହ କରାଯାଉଛି । ଘଟଣାଟି ତିନି ରୁ ଚାରିଦିନ ହୋଇଯାଇଥିଲା । ଯାହାଫଳରେ ମୃତ ଦେହଟି ପଚି ଦୁର୍ଗନ୍ଧ ବାହାରି ବାରୁ ସ୍ଥାନୀୟ ଲୋକେ ପୋଲ ଆଖପାଖ ଦେଖି ପୋଲ ଭିତରେ ଜଣେ ବ୍ୟକ୍ତଙ୍କର ମୃତ ଦେହ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ଘଟଗାଁ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ଘଟଗାଁ ପୋଲିସ୍ ଘଟଣାସ୍ଥଳରେ ପହଂଚି ଗଳିତ ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ଘଟଗାଁ ପୋଲିସ୍ । ତେବେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।


