ଦୀପାବଳି ପୂର୍ବରୁ କ’ଣ କରିବେ?

ଆଲୋକର ପର୍ବ ଦୀପାବଳି । ଅଧର୍ମ ଓ ଅସତ୍ୟ ଉପରେ ବିଜୟ ହିଁ ଦୀପାବଳି । ଏହି ଦିନ ରାମ ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ ରାମଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟାର ପ୍ରତ୍ୟେକ ଘର ଆଲୋକିତ କରାଯାଇଥିଲା । ଦୀପାବଳି ପ୍ରାୟ ୫ଦିନ ଧରି ପାଳନ କରାଯାଏ । ଧନତେରସ ବା ଧନ୍ୱନ୍ତରୀ ତ୍ରୟୋଦଶୀରୁ ଦୀପାବଳି ଆରମ୍ଭ ହୋଇଥାଏ । ପୂର୍ବ ଭାରତରେ ଏହି ଦିନକୁ କାଳୀପୂଜା ଭାବେ ପାଳନ କରାଯାଏ । ଦୀପାବଳି ଆସିଲେ ଲୋକମାନେ ନିଜ ଘରକୁ ଲିଚୁ ଲାଇଟ୍ କିମ୍ବା ଦୀପ ଲଗାଇ ସଜାଇଥାନ୍ତି । କିନ୍ତୁ ଏହାପୂର୍ବରୁ ଘର ଆଗରେ ଏହିସବୁ ଜିନିଷ ରଖନ୍ତୁ, ଯାହା ଫଳରେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଶୁଭଫଳ ପ୍ରଦାନ କରିବେ । ଆମ୍ବ କିମ୍ବା ଅଶୋକ ଗଛର ପତ୍ରକୁ ମିଶାଇ ଏକ ମାଳ ପ୍ରସ୍ତୁତ କରି ଘର ଆଗରେ ଲଗାଇଲେ ଶୁଭଫଳ ମିଳିଥାଏ । ଦୀପାବଳି ସମୟରେ ମା’ ଲକ୍ଷ୍ମୀଙ୍କ ପାଖରେ ପାନ ଗୁଆ ଚଢ଼ାଇବା ଉଚିତ୍ । ଧାନ କେଣ୍ଡାକୁ ବାନ୍ଧି ଘର ଆଗରେ ଝୁଲାନ୍ତୁ । ଘର ଆଗରେ ଓଁ ଚିହ୍ନ ଥିବା ଫଟୋ ଲଗାନ୍ତୁ । ସ୍ୱସ୍ତିକ ଚିହ୍ନ ଏକ ପବିତ୍ର ଚିହ୍ନ ହୋଇଥାଏ । ତେଣୁ ଘର ଆଗରେ ସ୍ୱସ୍ତିକ ଚିହ୍ନ ଥିବା ଫଟୋ ଲଗାନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ