ବିନା ନୋଟିସରେ ବିଦ୍ୟୁତ ସଂଯୋଗ ବିଛିନ୍ନ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିନା ନୋଟିସରେ ଗୃହର ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ଭାଗବତ ମହାରଣାଙ୍କ ପତ୍ନୀ ସସ୍ମିତା ମହାରଣା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୨୦ତାରିଖ ଅପରାହ୍ନରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ତାଙ୍କ ଘରକୁ ଆସି ବିଦ୍ୟୁତ ବିଲ ମାଗିଥିଲେ । କିନ୍ତୁ ସେହି ସମୟରେ ଘରେ କେହିନଥିବାରୁ ପରେ ଆସିବାକୁ ସସ୍ମିତା ସେମାନଙ୍କୁ କହିବାରେ ବିଭାଗର ଲାଇନମ୍ୟାନ ସସ୍ମିତାଙ୍କ ବାସଗୃହର ବିଦ୍ୟୁତ କନେକସନକୁ ବିଛିନ୍ନ କରିଦେଇ ଚାଲିଯାଇଥିଲେ । ଫଳରେ ସେମାନେ ଗ୍ରୀଷ୍ମପ୍ରବାହ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ବିନା ନୋଟିସରେ ବିଛିନ୍ନ କରାଯାଇଥିବା ତାଙ୍କ ବିଦ୍ୟୁତ କନେକସନକୁ ତୁରନ୍ତ ସଂଯୋଗ କରାଯିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


