ସିଆରପିି, ଏମବିକେ ଚୟନ ପ୍ରକ୍ରିୟା ଫାଇଲରୁ କାଗଜପତ୍ର ଗାଏବ ଅଭିଯୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାତୟରେ ସିଆରପି, ଏମବିକେ ଚୟନ ପ୍ରକ୍ରିୟା ଫାଇଲରୁ କାଗଜପତ୍ର ଗାଏବ ନେଇ ଗଣିଜାଙ୍ଗ ଜିପିଏଲଏଫର ପୂର୍ବତନ ସଂପାଦକ ଶୁଭଲକ୍ଷ୍ମୀ ନାୟକ, ପୂର୍ବତନ ସଭାନେତ୍ରୀ ଅପର୍ଣ୍ଣା ସୁତାର ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଉକ୍ତ ପଞ୍ଚାୟତରେ ସିଆରପି ଓ ଏମବିକେ ଚୟନରେ ଅନିୟମିତତା ହୋଇଥିବା ନେଇ ମହିଳା ମାନେ ଗତ ମଙ୍ଗଳବାର ବିଡିଓ, ବିପିଏମ୍‌, ଡିପିଏମଙ୍କୁ ଅଭିଯୋଗ କରିଥିଲେ । ଫଳରେ ଆବେଦନକାରୀ ମାନଙ୍କୁ ପୁନଶ୍ଚ ଡକାଯାଇ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ପୂର୍ବରୁ ଶିବଜ୍ୟୋତି ପଞ୍ଚାୟତ ମହିଳା ମହାସଂଘର ସଭାନେତ୍ରୀ ଓ ସଂପାଦିକା ଭାବେ ଅପର୍ଣ୍ଣା ସୁତାର ୨୦୦୮ ମସିହାରୁ ଓ ଶୁଭଲକ୍ଷ୍ମୀ ନାୟକ ୨୦୧୨ ମସିହାରୁ ରହିଆସିଥିବା ବେଳେ ସେ ଦୁଇ ଜଣଙ୍କର ଜି.ପି.ଏଲ.ଏଫର ଅଭିଜ୍ଞତା କାଗଜପତ୍ର ନାହିଁ । ଏଥିସହ ଅନ୍ୟ ସଭ୍ୟା ମାନଙ୍କର କାଗଜପତ୍ର ଉପରେ ଯେଉଁ ମାର୍କ ମିଳିଥାନ୍ତା ସେଗୁଡିକ ମିଳୁନାହିଁ । ଆବେଦନ ବେଳେ ଯେଉଁ କାଗଜ ପତ୍ର ଦିଆଯାଇଥିଲା ତାହା ମଧ୍ୟ ଫାଇଲରୁ ଗାଏବ ହୋଇଯାଇଛି । ଏହା ଉଦ୍ଦେଶ୍ୟମୂଳକ ଭାବେ ପରୀକ୍ଷାରୁ ବଞ୍ôଚତ କରିବା ପାଇଁ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅଧିବେଶନ କାଗଜ ପତ୍ର ନମିଳିଲେ ସେମାନେ ବ୍ଲକ ସମ୍ମୁଖରେ ଆତ୍ମହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ