ଗୋପିନାଥପୁର ଶାସନ ଉଚ୍ଚ ବିଦ୍ୟାଳୟର ୧୯୮୨ବ୍ୟାଚ ବନ୍ଧୁ ମିଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଗୋପିନାଥପୁର ଶାସନ ଉଚ୍ଚ ବିଦ୍ୟାଳୟର ୧୯୮୨ବ୍ୟାଚ ଛାତ୍ରମାନଙ୍କର ଦୀର୍ଘ ୪୦ବର୍ଷ ବ୍ୟବଧାନ ପରେ ପ୍ରଥମ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁମିଳନର ଆବାହକ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପ୍ରାକ୍ତନ ଶିକ୍ଷକ ନୃସିଂହ ଚରଣ ଲେଙ୍କା, ବନମାଳି ରାଉତ ଓ ଶିକ୍ଷୟତ୍ରୀ ପ୍ରତିଭା ମହାପାତ୍ରଙ୍କୁ ୧୯୮୨ବ୍ୟାଚର ପୁରାତନ ଛାତ୍ରମାନେ ଗୁରୁପୂଜନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପୁରାତନ ଛାତ୍ରମାନଙ୍କୁ ଆଶ୍ରିର୍ବାଦ ପ୍ରଦାନ ପୂର୍ବକ ଛାତ୍ରମାନଙ୍କ ଭବିଷ୍ୟତ ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ । ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ରଣଜିତ ଦାସ,ବରିଷ୍ଠ ଶିକ୍ଷକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଏହି ବ୍ୟାଚର ୩ଜଣ ଛାତ୍ରବନ୍ଧୁଙ୍କ ତିରୋଧାନ ଅବସରରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବହୁ ପୁରାତନ ଛାତ୍ର ସେମାନଙ୍କ ସ୍କୁଲ ଜୀବନର ସ୍ମୃତିକୁ ରୋମନ୍ଥନ କରିଥିଲେ । ପୁରାତନ ଛାତ୍ର କୃଷ୍ଣଚନ୍ଦ୍ର ପଣ୍ଡା ପୁରୁନା ସ୍ମୃତିକୁ ଅବତାରଣା ବେଳେ ‘ମୋ ସ୍କୁଲ ଅଭିଯାନ’ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ ୧୯୮୨ବ୍ୟାଚର ଏକ କର୍ପସ ପାଣ୍ଠି ଗଠନ କରାଯିବାକୁ ପ୍ରସ୍ତାବ ଦେଇ ସେଥିରୁ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ସମେତ ବ୍ୟାଚର କୈାଣସି ବନ୍ଧୁଙ୍କ ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ଶିକ୍ଷା ନିମନ୍ତେ ଏହି ପାଣ୍ଠି ଉଦ୍ଦିଷ୍ଟ ରହିବ ବୋଲି ଅବଗତ କରାଇଥିଲେ । ଆସନ୍ତା ଡିସେମ୍ବରମାସରେ ଆଗାମି ବନ୍ଧୁ ମିଳନ ସ୍କୁଲ ପରିସରରେ ହେବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନବଘନ ନାଥ, ଅଭୟ କୁମାର ସାହୁ, ରବିନ୍ଦ୍ର ସ୍ୱାଇଁ, ପ୍ରେମାନନ୍ଦ ମାହାଳି, ସୁଶୀଲ, ଗୋବର୍ଦ୍ଧନ, ସୁବାଷ, ବାନାମ୍ବର, ଜ୍ଞାନେନ୍ଦ୍ର, ସଞ୍ଜୟ ଦାଶ, ଅରୁଣ ପ୍ରମୁଖ ବହୁ ପୁରାତନ ଛାତ୍ର ସମାରୋହ ପାଇଁ ସହଯୋଗର ହାତ ବଢାଇଥିଲେ । ଶେଷରେ ମନୋରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ