କୋଭିଡ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା

ଛତ୍ରପୁର (ଦେବଦତ୍ତ ମହାରଣା) : ମହାରାଷ୍ଟ୍ର ଓ ଗୁଜୁରାଟରେ କୋଭିଡ୍ ର ସ୍ଥିତି ଭୟାଭୟ ଥିବାରୁ ଏହାକୁ ନଜରରେ ରଖି ସତର୍କତାର ସହିତ ରହିବାକୁ ପଡିବ । ଜିଲ୍ଲାର ସ୍ଥିତି ବର୍ତ୍ତମାନ୍ ନିୟନ୍ତ୍ରଣରେ ଅଛି । ପ୍ରତ୍ୟେକ ଦିନ ୪ରୁ ୫ ଜଣ ବ୍ୟକ୍ତି ଜିଲ୍ଲାରେ ସଂକ୍ରମିତ ହେଉଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ, ତହସିଲ୍‌ଦାର ଓ କାର୍ଯ୍ୟନିର୍ବାହୀ ଅଧିକରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଧରପଗଡ କରି କୋଭିଡ୍ ନିୟମ ଉଲ୍ଲଂଘନ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କୋଭିଡ୍ ସେଲ୍ ଜିଲ୍ଲାରେ ହୋଇଛି କି ନାହିଁ ତାହାର ତଦାରଖ କରାଯିବ । ଜରୁରୀ ନଥିଲେ ବାହାରୁ ଜିଲ୍ଲାକୁ ନ ଆସିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି । ଏନେଇ ଜିଲ୍ଲାପାଳ ଭିସି ମାଧ୍ୟମରେ ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ହିଁ ଜିଲ୍ଲାକୁ ଆସନ୍ତୁ । ଜିଲ୍ଲାକୁ ଆସିବା ବେଳେ ନେଗେଟିଭ୍ ସାର୍ଟିଫିକେଟ ଆଣିବା ପାଇଁ ଜିଲ୍ଲାପାଳ କହିଛନ୍ତିି । ଗତକାଲି ମା ତାରା ତାରିଣିଙ୍କ ଚୈତ୍ର ମେଳା ର ପ୍ରଥମ ଦିନରେ କୋଭିଡ୍ ନିୟମ ସହିତ ପାଳନ କରାଯାଇଛି । ସମସ୍ତେ କୋଭିଡ୍ ନିୟମ ମାନୁଛନ୍ତି କି ନାହିଁ ତାହାର ତଦାରଖ କରାଯିବ । ସେହିପରି ଦୋକାନୀ ମାନେ ମଧ୍ୟ ପଂଚସୂତୀ ନିୟମ ପାଳନ କରିବା ସହିତ ନୋ ମାସ୍କ ନୋ ଏନ୍ଟ୍ରି ର ବୋର୍ଡ ମାରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଯେଉଁ ଦୋକାନୀ ମାନେ ସହଯୋଗ ନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦୋକାନ କୁ ସିଲ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟକ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ଲିଖିତ ଭାବେ ତଥ୍ୟ ରଖାଯିବ । ସମସ୍ତ ମେଡିକାଲ ଓ ଏମକେସିଜି ମେଡିକାଲରେ କୋଭିଡ୍ ଆଇସୋଲେସନ୍ ସେଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୀକ୍ଷା ବୈଠକରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ