ଗାରୋଇ ହାଇସ୍କୁଲରେ ସ୍ୱାଧୀନତାର ଅମୃତ ମହୋତ୍ସବ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ କୋରୁଅ ପଂଚାୟତର ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲ ପରିସରରେ ଜଗତସିଂହପୁର ନେହେରୁ ଯୁବ କେନ୍ଦ୍ର ସଂଗଠନ ଓ ତିହୁଡାସ୍ଥିତ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଳା ବିକାଶ କେନ୍ଦ୍ରର ସଂପାଦକ ସୁକାନ୍ତ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ସ୍ୱାଧୀନତାର ୭୫ବର୍ଷ ପୂର୍ତି ତଥା ଗାନ୍ଧିଜୀଙ୍କ ଓଡିଶା ଆଗମନର ଶତବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ସଂଗଠନର ରାଜ୍ୟ ନିର୍ଦ୍ଦେଶକ ବିମଲ ପାଟିକ ସା, ମୁଖ୍ୟବକ୍ତା ଭାବେରେ ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର,ସମ୍ମାନନୀୟ ଅତିଥିଭାବେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଏନୱାଇକେର ଜିଲ୍ଲା ସଂଯୋଜକ ନିଖିଲ କୋକୁଲ, ସହକାରୀ ଶିକ୍ଷକ ପବିତ୍ର ସ୍ୱାଇଁ, ସମାଜସେବୀ ବିଚିତ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କର ସ୍ୱାଧୀନତା ସଂଗ୍ରାମର ଅପୂର୍ବ ନେତୃତ୍ୱ ଓ ସତ୍ୟ ଅହିଂସାର ପରାକାଷ୍ଟାକୁ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଜିଲ୍ଲା ସର୍ବଶେଷ୍ଠ ସଂଗଠନ ପାରାଦ୍ୱିପସ୍ଥିତ ‘ଆହ୍ୱାନ କମ୍ବାଇନ’କୁ ରାଜ୍ୟସ୍ତରର ବିଜେତା-୨୦୨୦ ପାଇଁ ପୁରସ୍କୃତ କରାଯାଇ ମାନପତ୍ର, ଟ୍ରଫି ସହିତ ୭୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏନୱାଇକେଏସର ଜଗତସିଂହପୁର କାର୍ଯ୍ୟାଳୟ ଆସିଷ୍ଟାଂଟ ପବିତ୍ର ମୋହନ ସୁବିଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନୱାଇକେଏସର ନାଉଗାଁ ବ୍ଳକ ସଂଯୋଜକ ନୃସିଂହ ମହାରଣା, ସଂଗୀତା ସେନାପତି, ସ୍ୱୟଂପ୍ରଜ୍ଞା ସେନାପତି,ଲକ୍ଷ୍ମୀପ୍ରିୟା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ