ଆସୁଛି ହ୍ରିତିକ୍‌ଙ୍କ ଫିଲ୍ମ କ୍ରିଷ୍‌-୪ !

ହ୍ରିତିକ୍ ରୋଶନ୍‌ଙ୍କ ଫିଲ୍ମ “କ୍ରିଷ୍‌-୪’ରେ ସଞ୍ଜୟ ଗୁପ୍ତା ନିର୍ଦ୍ଦେଶନା ଦେବେ ବୋଲି ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ରାକେଶ ରୋଶନ ଏହି କଥାକୁ ଖଣ୍ଡନ କରି ଫିଲ୍ମର ନିର୍ଦ୍ଦେଶନା ଭାର ନିଜେ ନେବେ ବୋଲି କହିଛନ୍ତି । ରାକେଶଙ୍କୁ ଫାଷ୍ଟ ଷ୍ଟେଜ୍ କ୍ୟାନସର୍ ହେବା ଯୋଗୁ ସେ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ସର୍ଜରୀ ପରେ ତାଙ୍କ ଦେହ ସୁସ୍ଥ ଥିବାରୁ ସେ ପୁଣି ଫିଲ୍ମରେ କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଏକ ଇଣ୍ଟରଭ୍ୟୁରେ ହ୍ରିତିକ୍‌ଙ୍କ ବାପା ରାକେଶ କହିଛନ୍ତି, “କ୍ରିଷ୍‌-୪ ଫିଲ୍ମରେ ସଞ୍ଜୟ ଗୁପ୍ତା ତାଙ୍କ ସହିତ କେବଳ ସ୍କ୍ରିପ୍ଟ ଲେଖିବେ, କିନ୍ତୁ ସେ ନିର୍ଦ୍ଦେଶନା ଦେବେ । ବର୍ତ୍ତମାନ ସଞ୍ଜୟ ତାଙ୍କ ଫିଲ୍ମ “ମୁମ୍ବାଇ ସାଗା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ।’ ସେ ଆହୁରି ମଧ୍ୟ କହିଛନ୍ତି, “ସ୍କ୍ରିପ୍ଟ ଲେଖା ସରିବା ପରେ ଏହି ଫିଲ୍ମର ଘୋଷଣା କରାଯିବ । ଏହାପରେ ଫିଲ୍ମକୁ ଆରମ୍ଭ କରିବା ୧ ବର୍ଷ ସମୟ ଲାଗିବ । ଫିଲ୍ମରେ ଆକ୍ସନ୍ ସହିତ ମୋସନ୍ସ ମଧ୍ୟ ରହିବ ।’
ସୂଚନାଯୋଗ୍ୟ, “କ୍ରିଷ୍‌-୪’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହି ଫିଲ୍ମ ପାଇଁ ବର୍ତ୍ତମାନ କେବଳ ହ୍ରିତିକ୍ ନାମକୁ ହିଁ ଘୋଷଣା କରାଯାଇଛି । ସେହିପରି ଅଭିନେତ୍ରୀଙ୍କ ମଧ୍ୟରେ କ୍ରୀତି ଖରବନ୍ଦା ଏଥିରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ କାହାର ନାମକୁ ସ୍ପଷ୍ଟ ଭାବରେ ଘୋଷଣା କରାଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ