୮୬ତମ ଉତ୍କଳ ଦିବସ ପାଳିତ : ‌ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଗଞ୍ଜାମର ଭୂମିକା ଅତୁଳନୀୟ

ହିଞ୍ଜିଳିକାଟୁ (ଶେଷଦେବ ସାହୁ) :- ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୮୬ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ସମସ୍ତ କୋଭିଡ଼- ୧୯ କଟକଣାକୁ ମାନି ‌ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଏହାକୁ ଉଭୟ ବିଦ୍ୟାଳୟ ପରିସର ସହିତ ଭରଚୁଆଲ ରେ ମଧ୍ୟ ଉପଲବ୍ଧ କରାଯାଇଥିଲା।ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଓଡ଼ିଆ ବିଭାଗର ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସାହୁ ସଂଯୋଜନା କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପଟେଲ ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ମନେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଇତିହାସ ଓ ଏହାର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ।ଛାତ୍ର, ଛାତ୍ରୀ ମାନେ ମଧ୍ୟ ଏଥିରେ ଜୂମ ଆପ ମାଧ୍ୟମ ରେ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ରଖିଥିଲେ । ‌ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମର ଭୂମିକା ଅତୁଳନୀୟ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମତପ୍ରକାଶ କରିଥିଲେ ।ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଏନ ଏ ସି ହାଇସ୍କୁଲ ସମେତ ସ୍ଥାନୀୟ ବ୍ଳକର ବହୁ ଉଚ୍ଚ ବିଦ୍ୟାଳୟରେ ୮୬ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ