ଓଡିଶାର ବରପୂତ୍ରଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟା ଅର୍ପଣ ଓ ଶ୍ରଦ୍ଧାଞ୍ଜଳି
ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଶା ଦିବସ ଉତ୍କଳର ଗର୍ବ , ଗୈାରବ ଓ ଗାରିମାର ଦିବସ । ଏହା ଓଡିଶାର ସ୍ୱାଭିମାନ ସହିତ ଜଡିତ । ଯେଉଁ ମହାପୁରୁଷମାନେ ବିଖଣ୍ଡିତ ଓଡିଶାକୁ ଏକତ୍ରୀକରଣ କରିଥିଲେ ସେମାନଙ୍କୁ ଭକ୍ତିଭରା ହୃଦୟରେ ପ୍ରଣତି ଜଣାଇବା ଓ ସ୍ମରଣ କରିବା ଦିବସ । ଏହି ଅବସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ଲୋୟର ବସଷ୍ଟାଣ୍ଡ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳ ଗୈାରବ ମଧୁସୂଦନ ଦାସ, ପ୍ରତିମୂତ୍ତି, ଥାନା ସମ୍ମୁଖରେ ଥିବା ଡ. ଏପିଜେ ଅବଦୂଲ କଲାମଙ୍କ ପ୍ରତିମୂର୍ତ୍ତି, ଭିଆଇପି ରୋଡ ପାଶ୍ୱର୍ରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ , ଡ.ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଥିବା ଓଡିଶାର ବରପୂତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳ ୭ାଟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି , ଜିଲ୍ଲା ସଂସ୍କୃତିକ ଅଧିକାରୀ ଅକ୍ଷୟ କୁମାର ସେଠୀ , ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ, ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ.ଗୋପାଳ ରାଓ, ବି.ରାଜୁ ବାବୁ, ଅଟ୍ଟଳ ବିହାରୀ ପଟ୍ଟନାୟକ, ସୁରେଶ ପଣ୍ଡା, ଡମିନାଥ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ପ୍ରଦୋଷ କୁମାର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସରକାରୀ ଅଧିକାରୀ ମାନେ ଯୋଗଦେଇ ପୁଷ୍ପମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।


