ଉତ୍କଳ ଦିବସରେ ଶ୍ରୀ ଗୀତଗୋବିନ୍ଦ ସନ୍ଧ୍ୟା

ନିମାପଡା (ସନ୍ତୋଷ ଦାଶ ) : ପ୍ରାଚୀ ମଣ୍ଡଳ ଉତ୍କଳ ସମ୍ମିଳନୀର ଉପଦେଷ୍ଟା ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ମାର୍ଗଦର୍ଶନରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପରିଚାଳନାରେ ପ୍ରାଚୀତଟ ଲଳିତାମାଧବ ପୀଠରେ କରୋନା କଟକଣାକୁ ମାନି ଉତ୍କଳ ଦିବସ ପାଳିତ ହୋଇଯାଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାଳଜୟୀ କବିତା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଓଡ଼ିଆ ଭାଷାପ୍ରତି କ୍ରମାଗତ ଅନାଗ୍ରହ ପ୍ରକାଶ ପାଇଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବରିଷ୍ଠ ଐତହାସିକ ଡଃ ସନ୍ତୋଷ କୁମାର ମିତ୍ର ମତବ୍ୟକ୍ତ କରିଥିଲେ । ଶେଷରେ ସମଗ୍ର ଉତ୍କଳର ମଙ୍ଗଳ କାମନା କରାଯାଇ ପ୍ରାଚୀ ତଟର ଗର୍ବ ଗୌରବ ଭକ୍ତ ଜୟଦେବ ବିଚରିତ ବିଶ୍ବପ୍ରସିଦ୍ଧ ଭକ୍ତି ଭାବ ଭରା ଗ୍ରନ୍ଥି ଶ୍ରୀ ଗୀତଗୋବିନ୍ଦ ଲଳି ତା ମାଧବଙ୍କ ସମ୍ମୁଖରେ ଗାୟନ କରାଯାଇଥିଲା। ପରିଷଦର ଏତାଦୃଶ ପଦକ୍ଷେପକୁ ବରିଷ୍ଠ ଶିକ୍ଷାବିତ୍ ଡଃ ରମେଶ ଚନ୍ଦ୍ର ପରିଡ଼ା, ଅର୍ଥନୀତିଜ୍ଞ ଇଶ୍ଵ ର ଚନ୍ଦ୍ର ମିଶ୍ର, କୃଷି ବିତ୍ ରାଧାଶ୍ୟାମ ପ୍ରଧାନ ପ୍ରମୁଖ ଉଚ୍ଚ ପ୍ରଶଂସା କରି ଥିଲେ । ଲଳି ତା ମାଧବଙ୍କ ପୂଜକ ପଣ୍ଡି ତ ଅମରେନ୍ଦ୍ର ଦାଶ ମାଧବଙ୍କ ବିଶେଷ ପୂଜାର୍ଚ୍ଚନା, ମାଜଣା ଆଦି ସଂପନ୍ନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ