ଭୟାବହ ରେଳ ଦୁର୍ଘଟଣା; ୩୮ମୃତ
ତାଇପେଇ: ଏକ ସୁଡ଼ଙ୍ଗ ପଥ ମଧ୍ୟରେ ତାଇଓ୍ଵାନ୍ର ଏକ ଟ୍ରେନ୍ ଧାରଣାଚ୍ୟୁତ ହେବାରୁ ୩୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୯୦ଜଣ ଆହତ ହୋଇଛନ୍ତି। ଏହା ତାଇଓ୍ଵାନ୍ରେ ସବୁଠୁ ଅଧିକ ଭୟାବହ ରେଳ ଦୁର୍ଘଟଣା। ଅନେକ ପର୍ଯ୍ୟଟକଙ୍କୁ ନେଇ ତାଇପେଇରୁ ତାଇତୁଙ୍ଗ୍ ଅଭିମୁଖେ ଯାତ୍ରା କରୁଥିବା ଏହି ଏକ୍ସପ୍ରେସ୍ ଟ୍ରେନ୍ଟି ପୂର୍ବ ତାଇଓ୍ଵାନ୍ର ଉତ୍ତର ହୁଆଲିଏନ୍ରେ ଧାରଣାରୁ ବିଚ୍ୟୁତ ହୋଇଯାଇଥିଲା । ପାରମ୍ପରିକ ‘ଟୁମ୍ ସୁଇପିଙ୍ଗ୍ ଡେ’ ଲାଗି ସପ୍ତାହନ୍ତ ଛୁଟି ଆରମ୍ଭ ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।


