କାର୍ଯ୍ୟଦକ୍ଷତା ଯୋଗୁଁ ପାରଳା ଆଇଆଇସିଙ୍କୁ ଡିଜିଙ୍କ ସ୍ମୃତି ସମ୍ମାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସାଧାରଣ ଲୋକଙ୍କ ଠାରେ ପୋଲିସ ସେବାକୁ ନିକଟତର କରି ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶିତ କରିଥିବା ଯୋଗୁଁ ପାରଳା ଆଦର୍ଶ ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସ୍ମୃତି ସମ୍ମାନ ପଦକ ମିଳିଥିବା ସୂଚନା ମିଳିଛି । ଉଲ୍ଲେଖ ଯୋଗ୍ୟ ଯେ,ଆଇଆଇସି ବିବେକାନନ୍ଦ ସ୍ୱାଇଁ ବିଗତ ଦୁଇ ଦଶନ୍ଧି ଧରି ଓଡିଶାର ବିଭିନ୍ନ ଥାନାରେ ଉତ୍ତମ ରୂପେ ନିଜର କାର୍ଯ୍ୟ ସମ୍ପାଦନା କରି ଦକ୍ଷ ପୋଲିସ ଅଧିକାରୀ ଭାବେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ସମ୍ମାନ ପୋଲିସ ମହାନିର୍ଦ୍ଦେଶକ ପ୍ରଦାନ କରିଛନ୍ତି । ଗତକାଲି ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ସମାରୋହରେ ଏହା ଘୋଷଣା ହୋଇଛି । କୋଭିଡ୍ ଯୋଗୁଁ ପ୍ରତିଷ୍ଠା ଦିବସ ସମାରୋହକୁ ଉତ୍ସବ ନ କରି କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ପୋଲିସ ଅଧିକାରୀମାନଙ୍କ ନାମକୁ ପ୍ରଶଂସା କରି ସମ୍ମାନର ଘୋଷଣା କରାଯାଇଛି । ପାରଳା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ସମ୍ମାନ ପଦକ ସହ ମାନପତ୍ରକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଗଜପତି ଏସପିଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ