ଯୁବକଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହି ଠାରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଗତକାଲି ରାତ୍ରରେ ସେ ତାଙ୍କ ଭଡା ଘରେ ରହୁଥିବା ବାସଭବନରେ ବେକରେ ଦୌଡି ଦେଇ ଝୁଲନ୍ତା ଅବସ୍ଥାରେ ମୃତ୍ୟୁବରଣ କରିଥିବାର ପରିବାର ଲୋକେ ଦେଖିଥିଲେ । ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁରର ସୁଧୀର ନାୟକ(୧୯) ପାରଳାଖେମୁଣ୍ଡି ଠାରେ ଥିବା ଏକ ଗ୍ୟାରେଜରେ କାମ କରି ରହୁଥିଲେ । କୌଣସି କାରଣରୁ ସେ ଭଡାରେ ରହୁଥିବା ବାସ ଭବନରେ ଝୁଲନ୍ତା ଅବସ୍ଥାରେ ଆତ୍ମହତ୍ୟା କରିଥିଲା । ଏନେଇ ତାଙ୍କ ବାପା ନିରଞ୍ଜନ ନାୟକ କହିଛନ୍ତି ଯେ, ଘରେ କେହି ନଥିବା ବେଳେ ଉକ୍ତ ଘଟଣା ଘିଟିଛି । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ପୋଲିସ ଖବର ପାଇ ଶବକୁ ଜବତ କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛନ୍ତି । ଆଜି ଏହି ଶବଟି ବ୍ୟବଚ୍ଛେଦ ହେବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୭/୨୧ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ