ଜନସେବକ ଫାଉଂଡ଼େସନ୍ ଦ୍ୱାରା ଉତ୍କଳ ଦିବସ ପାଳିତ ଓ ‘ଜଳସେବା’ ଉଦ୍‌ଘାଟନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସାମାଜିକ ଅନୁଷ୍ଠାନ ଜନସେବକ ଫାଉଂଡେସନ୍ ଓ ମିଡ଼ିଆ ପାର୍ଟନର ମୁଗୁପୁର ସମାଚାର ଦ୍ୱାରା ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏଲ ଜଳସେବାର ଉଦ୍‌ଘାଟନ କରାଯାଇଛି ଓ ଏହା ପାଂଚ ଦିନ ଧରି ଚାଲୁରହିବ ବୋଲି ଅନୁଷ୍ଠାନର ସଭାପତି ମଦନ ମୋହାନ ପାଢୀ ଜଣାଇଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ସମୟରେ ପଥଚାରୀଙ୍କୁ ଜଳଦାନ କରି ସାମୟିକ ଆଶ୍ୱସ୍ତି ଲକ୍ଷ୍ୟରେ ଏହି ‘ଜଳସେବା’ର ଆୟୋଜନ କରାଯାଇଛି । ପ୍ରାରମ୍ଭରେ ଉତ୍କଳ ଦିବସ ଉପଲକ୍ଷେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି କ୍ରମରେ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମଧୁବାବୁଙ୍କ ଅବଦାନକୁ ସଦସ୍ୟ, ସଦସ୍ୟାମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ବ୍ୟକ୍ତ କରିଥିଲେ । ପରେ ‘ଜଳସେବା’ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ସୁରେନ୍ଦ୍ର କୁମାର ସାହୁ ଅଶାନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଜଳସେବା ଦିବା ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲୁରହିବ ବୋଲି ସଂପାଦକ ଶ୍ରୀ ସାହୁ ଜଣାଇଛନ୍ତି । ପ୍ରତିଦିନ ପଥଚାରୀଙ୍କୁ ଦହିପାଣି ଓ ଲେମ୍ବୁ ସରବତ ପାଣିରେ ଆପ୍ୟାୟିତ କରାଯିବାର ବ୍ୟବସ୍ଥା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ସୌମ୍ୟ ରଂଜନ ବରାଳ, ଶୁଭମ୍ ମହାରଣା, ସୁମିତ୍ରା ସାମନ୍ତରାୟ, ପ୍ରତିମା ସାମଲ, ଅନିତା ତରାଇ, ପ୍ରୀତିପର୍ଣ୍ଣା ରଣସିଂ, ବାଦଲ ବେହେରା, ଦେବାଶିଷ ଗୁରୁ, ପ୍ରଶାନ୍ତ ସେନାପତି, ରମେଶ ସାହୁ, ଖୁସବୁ ଦାସ, ପୁଷ୍ପା ରାଓ, ବିକାଶ ପାତ୍ର, ଓମ୍ ପ୍ରକାଶ ମଣ୍ଡିତ, ଅଂଶୁମାନ ମହାପାତ୍ର, ନୈନା ଶର୍ମା, ଝିଲନ ରାଉତ, ମୋହାନ ପାତ୍ର, ଦୁର୍ଗା ରାଓ ପ୍ରମୁଖ ସୁଚାରୁରୂପେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ