ମୁଖ୍ୟଯନ୍ତ୍ରୀଙ୍କ ସୁନାମି ନଦୀବନ୍ଧ ପରିଦର୍ଶନ

ନିମାପଡା (ସନ୍ତୋଷ ଦାଶ ): ରାଜ୍ୟ ସରକାରଙ୍କ ଦ୍ଵାରା ଜଳ ସମ୍ପଦ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ସବ୍‌ଡିଭିଜନ ଦ୍ଵାରା ଅସ୍ତରଙ୍ଗ ବ୍ଲକ୍‌ରେ ସମୁଦ୍ର ତଟବର୍ତ୍ତୀ ଗ୍ରାମଗୁଡିକ ବନ୍ୟା ଦାଉରୁ ରକ୍ଷା କରି ବା ପାଇଁ ଝାଡଲିଙ୍ଗଠାରେ ବେଳଙ୍ଗ ପର୍ଯ୍ୟନ୍ତ ପ୍ରାୟ ୨୨ କି.ମି. ଲୁଣା ନଦୀ ବନ୍ଧ ସେତୁ କାର୍ଯ୍ୟ ୭୦କୋଟିରୁ ଉର୍ଦ୍ଧ ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉକ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତି, ଅଧକ୍ଷ ଯନ୍ତ୍ରୀ ଚିନ୍ମୟ ରାଉତ, ନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ର, ସହକାରୀ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ, ସହକାରୀଯନ୍ତ୍ରୀ ପ୍ରାଣବନ୍ଧୁ ବେହେରା, ତପନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଶ୍ରୀ ମହାନ୍ତି ନଦୀବନ୍ଧ ଓ ପଥର ଫାଙ୍କି ନିର୍ମାଣ କାର୍ଯ୍ୟକୁ ବୁଲି ଦେଖୁବା ସହ ପ୍ରଶଂସା ମଧ୍ୟ କରିଥିଲେ । ଆସନ୍ତା ଜୁନ୍‌ ମାସ ୧୫ତାରିଖ ସୁଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ