ମହିଳା ସଂଗଠନ ଅନନ୍ୟା ତରଫରୁ କରୋନା ସଚେତନତା ନେଇ ନଗର ପରିକ୍ରମା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପ୍ରଗତୀଶୀଳ ମହିଳା ସଂଗଠନ “ଅନନ୍ୟା” ପକ୍ଷରୁ କରୋନା ସଚେତନତାକୁ ନେଇ ନଗରପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ରବିବାର ସନ୍ଧ୍ୟା ୫ଘଣ୍ଟା ସମୟରେ ରାଜନହର ସମ୍ପୁଖରେ ସଂଗଠନର ବହୁ ସଦସ୍ୟା ମାନେ ଏକତ୍ରିତ ହୋଇ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ପୌରଯନ୍ତ୍ରୀ ସଂଜୟ ଚମ୍ପତ୍ତି ଏବଂ ଅନନ୍ୟା ସଂଗଠନର ଉପଦେଷ୍ଠା ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଇଂଜିନିୟର ସଂଜୀବ ଚମ୍ପତ୍ତି ସମାନିତ ଅତିଥି ତଥା ସଂଗଠନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ଯୋଗ ଦେଇ ସବୁଜ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ। ସଭାନେତ୍ରୀ ମମତା ଆପଟ,ସମ୍ପାଦିକା ତନୁଜା ଶତପଥୀ, ଉପ ସଭାନେତ୍ରୀ ମାତଙ୍ଗିନୀ ଗୁରୁ,ପଣ୍ଡିତ ନରସିଂହ ଗୌଡ଼,ନେତ୍ରାନନ୍ଦ ଶତପଥି, ମମତା ପାଢ଼ୀ,ପ୍ରଭୃତି ପରିଚାଳନା କରିଥିବା ବେଳେ,
ପାରଳାଖେମୁଣ୍ଡିର ପୌର ପରିଷଦ କର୍ମଚାରୀ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ,ସ୍ୱଚ୍ଛ ସାଥୀ, ଆଶାକର୍ମୀ,ଅନନ୍ୟା ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।ଏହାପରେ ନଗର ପରିକ୍ରମା କରି ମୁଖ୍ୟତଃ କରୋନାର ଦ୍ୱିତୀୟ ଲହରକୁ ସମୂଳେ କିପରି ମୁକାବିଲା କରିବା, ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରି ହାତକୁ ବାରମ୍ବାର ଧୋଇବା, କୋଭିଡ-୧୯ ଟୀକାର ଉପକାରିତା ଆଦିକୁ ନେଇ ବିଭିନ୍ନ ସ୍ଲୋଗାନମାନ ଦେବା ସହ ହାତରେ ପ୍ଲାକାର୍ଡ ଧରି ନଗର ପରିକ୍ରମା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା ତନୁଜା ଶତପଥୀ, ନରସିଂହ ଗୌଡ ପ୍ରମୁଖ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ ।


