ଓଡିଶା ରାଜ୍ୟ ସ୍କାଉଟସ୍ ଓ ଗାଇଡସ୍ର ପ୍ରତିଷ୍ଠାତା ସମ୍ପାଦକଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ପ୍ରତିଷ୍ଠାତା ସମ୍ପାଦକ ତଥା ସାହିତ୍ୟ ଭୂଷଣ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପଣ୍ଡିତ ରଘୁନାଥ ମିଶ୍ରଙ୍କର ୨୩ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଜ୍ୟ ମୁଖ୍ୟାଳୟ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସଭାଟିକୁ କରୋନାର ନିୟମାବଳୀ ଅନୁଯାୟୀ ସମଦୂରତା ରକ୍ଷାକରି, ସାନିଟାଇଜର ବ୍ୟବହାର ଏବଂ ମୁହଁରେ ମାସ୍କ ଲଗାଇ ପାଳନ କରାଯାଇଥିଲା । ରାଜ୍ୟ ମୁଖ୍ୟାଳୟର ସମସ୍ତ କର୍ମକର୍ତ୍ତା ଏହି ସଭାରେ ସହଯୋଗିତା ରହିଥିଲେ ।


