ଅପହରଣର ଦୁଇ ଘଣ୍ଟା ପରେ ମୁକୁଳିଲେ ବିଜେଡ଼ି ସଙ୍ଗଠକ, ଥାନାରେ ଏତଲା
ଦିଗପହଣ୍ଡି, (ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମର ବିଜେଡ଼ି ସଙ୍ଗଠକ ବାଳକୃଷ୍ଣ ପଣ୍ଡା ଙ୍କୁ ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୫ ଟା ରେ କିଛି ଦୁର୍ବୃତ୍ତ ଏକ ମାରୁତି ୮୦୦ ନାଲି ରଙ୍ଗର କାର ଯୋଗେ ଅପହରଣ କରିଥିବା ନେଇ ଦିଗପହଣ୍ଡି ଥାନାରେ ଶିବରାମ ପଣ୍ଡା ଏତଲା ଦେଇଛନ୍ତି। ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବାଳକୃଷ୍ଣ ଠିଆ ହୋଇଥିବା ବେଳେ ଜଣେ ସୂପାରି କିଲର ଙ୍କ ଇସାରାରେ ୭ ରୁ ଉର୍ଦ୍ଧ୍ବ ସସସ୍ତ୍ର ଯୁବକ ତାଙ୍କୁ ଏବଂ ତାଙ୍କ ସାଙ୍ଗ ଶିବରାମ ଙ୍କୁ ବଳପୂର୍ବକ ଅପହରଣ କରିବା ପାଇଁ ଯୋଜନା କରିଥିଲେ। ସେମାନେ ଉଭୟଙ୍କୁ ଭିଡାଟଣା କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ପରେ ଶିବ ଙ୍କୁ ସାର୍ଟ କଲର ଧରି ଧସ୍ତା ଧସ୍ତି କରୁଥିବା ବେଳେ ଶିବ କୌଶଳ କ୍ରମେ ନିକଟସ୍ଥ ବ୍ଳକ କାର୍ଯ୍ୟାଳୟ କୁ ଦୋୖଡି ଥିଲେ। ଦୁର୍ବୃତ୍ତ ମାନେ ତାଙ୍କ ପିଛା କରିଥିଲେ ମଧ୍ୟ ଶିବଙ୍କୁ ଖୋଜି ପାଇ ନଥିଲେ। ଶିବ ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟ କୁ ଫୋନ କରିବା ପରେ ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନା ଏସ ଆଇ ସସ୍ମିତା ସେଠୀ ସଦଳବଳେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ରେ ପହଞ୍ଚି ଶିବ ପଣ୍ଡା ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଥାନା କୁ ନେବା ପରେ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ ମଧ୍ୟ ରାତି ପ୍ରାୟ ୭ ଟା ଯାଏଁ ଅପହୃତ କିମ୍ବା ଅପହର୍ତ୍ତା ଦୁର୍ବୃତ୍ତ ଙ୍କ ସମ୍ପର୍କରେ ଟେର ମିଳିନଥିଲା। ପରେ ରାତି ପ୍ରାୟ ସାଢେ଼ ୭ ଟା ରେ ଅପହରଣକାରୀ ଦୁର୍ବୃତ୍ତ ମାନେ ବାଳକୃଷ୍ଣ ପଣ୍ଡା ଙ୍କୁ ପୁଞ୍ଜିକଁୟା ଛକ ରେ ଆଣି ଛାଡି ଦେଇଥିବା ଖବର ମିଳିଛି। ସ୍ଥାନୀୟ ଖେମୁଣ୍ଡି କଲେଜ ନିକଟ ଚାଙ୍ଗୁଡ଼ି ଦେଇ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଅପହରଣକାରୀ ଦୁର୍ବୃତ୍ତ ମାନେ ବାଳକୃଷ୍ଣ ଙ୍କୁ ଉଠାଇ ନେଇଥିଲେ। ପରେ ପୋଲିସ ସେମାନଙ୍କୁ ପିଛା କରୁଥିବା ଆଶଙ୍କା କରି ଦୁର୍ବୃତ୍ତ ମାନେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିବା ସହ ବାଳକୃଷ୍ଣ ଙ୍କୁ ଦିଗପହଣ୍ଡି ବନବିଭାଗ ସେଣ୍ଟ୍ରାଲ ନର୍ସର ଭିତରେ ଥିବା ପାହାଡ ଖୋଲ ନିକଟକୁ ନେଇ ନାନା ପ୍ରକାର ଧମକ ଚମକ ଦେଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।ଭୀଷ୍ମ ଗିରି ଗ୍ରାମର ସାତ କିଆରୀ ଜମି ମାଲିକାନା ସତ୍ତ୍ଵ କୁ କେନ୍ଦ୍ର କରି ଗତ ପ୍ରାୟ ୬ ମାସ ଧରି ଲାଗିରହିଥିବା ବିବାଦ କୁ କେନ୍ଦ୍ର କରି ବ୍ରହ୍ମପୁର ରେ ରହୁଥିବା କିଛି ପ୍ଲଟ ମାଫିଆ ଏବଂ ଜଣେ ସରପଞ୍ଚ ଙ୍କ ଇସାରା ରେ ଏଭଳି ଆକ୍ରମଣ ଓ ଅପହରଣ ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି। ତଦନ୍ତ ରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ସବିଶେଷ ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି। ଅପରପକ୍ଷରେ ଅପହରଣ ଅଭିଯୋଗ କୁ ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଅସ୍ବୀକାର କରିଛନ୍ତି।