ମେରୀ ହାଁସଦାଙ୍କ ନାମରେ ଥାନାରେ ଅଭିଯୋଗ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ଓ ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରୁଙ୍କୁ ନେଇ ଗତ ଫେବୃଆରୀ ମାସରେ ଏକ ଚାନେଲରେ ଅନସୋସିଆଲ ଭିଡିଓ ଅପଲୋଡ଼ କରାଯାଇଥିଲା । ଯାହାକି ଆଦିବାସୀଙ୍କ ଦେବତାଙ୍କୁ ଅସମ୍ମାନ କରାଯାଇଛି । ଏହା ସମସ୍ତ ଆଦିବାସୀଙ୍କ ମନରେ କଷ୍ଟ ଓ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ରାଇରଙ୍ଗପୁର ଆଦିବାସୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ (ଆସେକା) ତରଫରୁ ଆସେକାର ସଂପାଦକ ଜୀତେନ୍ଦ୍ର ଙ୍କ ନେତୃତ୍ବରେ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି ।


