କୋଦଳା ପୋଲିସ ପକ୍ଷରୁ କରୋନା ସଚେତନ ରାଲି

କୋଦଳା (ଗୁଲସନ କୁମାର): କରୋନା ମହାମାରୀ ଲଢେ଼ଇ ଆଉ ଏହି ଲଢେ଼ଇ ରେ ସରକାର ଓ ଜନସାଧାରଣ ଙ୍କ ପାଇଁ ଆଗ ଧାଡିର ଯୋଦ୍ଧା ହୋଇ ଠିଆ ହୋଇଛନ୍ତି ଆମ ପୋଲିସ ମାନେ l ଏହି କ୍ରମରେ ବିଭିନ୍ନ ସଂଗଠନ ପକ୍ଷରୁ କରୋନା ମହାମାରୀ ର ଦ୍ୱିତୀୟ ଲହରୀ କୁ ପ୍ରତିରୋଧ ପାଇଁ ବାରମ୍ବାର ସଚେତନ କରାଯାଉଛି ସେଇଭଳି ଆଜି କୋଦଳା ପୋଲିସ ତରଫରୁ ଥାନାଧିକାରୀ ଦେବାଶିଷ ମହାନ୍ତି ଙ୍କ ନେତୃତ୍ୱ ରେ ଏସଆଇ ଆରତୀ କୁମାରୀ ପରିଡା, ଏଏସଆଇ ମେହଶ୍ୱର ବେହେରା,ଏସ ଭାସ୍କର ରାଓ ଓ ଉକ୍ତ ଥାନା ର ସମସ୍ତ କର୍ମଚାରୀ ମାନେ ପଦ ଯାତ୍ର ରେ ବାହାରି ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରିବା ସହ ପଞ୍ଚସୂତ୍ର ନିୟମ ପାଳନ ଯଥା ମାସ୍କ ପିନ୍ଧିବା, ସାବୁନ ରେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ, ସରକାରୀ ନିୟମ କୁ ପାଳନ କରିବା ସହ ହେଲମେଟ ପିନ୍ଧି ଗାଡି ଚଳାଇବା ନେଇ ଜନସାଧାରଣ ଙ୍କୁ ସଚେତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ