ସମୂହ ପଦତ୍ୟାଗ ପାଇଁ ଅଧିକାରୀଙ୍କୁ ଜଣାଇଲେ ସିଆରସିସି

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରରେ କାର୍ଯ୍ୟରତ ସଂଯୋଜକ ମାନେ ସମୂହ ପଦତ୍ୟାଗ କରିବା ନେଇ ଜିଲାପାଳ, ଜିଲା ପ୍ରକଳ୍ପ ସଂଯୋଜକ, ଜିଲା ଶିକ୍ଷାଧିକାରୀ ଭଦ୍ରକ, ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିବା ଜଣାଯାଇଛି । ପ୍ରକାଶ ଯେ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ-୯୧୭/ତା-୫-୪-୨୧ ରିଖ ଅନୁଯାୟୀ ଆଡିଆ, କେନ୍ଦୁଆପଦା, ନରାଜପୁର, ତରାପୁର ସାଧନ କେନ୍ଦ୍ରର ସଂଯୋଜକ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏହାକୁ ଅଯୌକ୍ତିକ ବୋଲି ସିଆରସିସି ମାନେ ଦର୍ଶାଇଛନ୍ତି । କାରଣ ଉକ୍ତ ଦିବସରେ ସିଆରସିସି ମାନେ ସରକାରୀ କାର୍ଯ୍ୟରେ ନିୟୋଜିତ ଥିଲେ । ଏହା ସତ୍ତ୍ୱେ ସେମାନଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପ୍ରତିବାଦରେ ସମସ୍ତ ସଂଯୋଜକ ମାନେ କାର୍ଯ୍ୟ ସଂପାଦନ କରିବା ପାଇଁ ନିଜକୁ ସୁରକ୍ଷିତ ମନେ ନକରି ସମୂହ ପଦତ୍ୟାଗ କରିବା ସହ ମୂଳ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଚିତ୍ ମନେ କରିଛନ୍ତି । ଏସଂପର୍କରେ ସିଆରସିସି ବନମାଳୀ ନାୟକ, ବଳରାମ ଭୂୟାଁ, ହଳଧର ସେଠୀ, ଦେବବ୍ରତ ଦାଶ, ସୁକାନ୍ତ କୁମାର ବେହେରା, ବିକ୍ରମ କେଶରୀ ପାଳ, କଳ୍ପା ରାଉଳ, ପରେଶ ଚନ୍ଦ୍ର ପରିଡା, ଜଗତଜୀବନ ଜେନା, ଭରତ ଚନ୍ଦ୍ର ଓଝା, ରାମ ଚନ୍ଦ୍ର ଜେନା, ରାଜେନ୍ଦ୍ର ପ୍ରସାଦ ବେହେରା, ପ୍ରଫୁଲ୍ଲ ଜେନା, କୂଳପ୍ରଭା ସୁଆର, ମନୋଜ କୁମାର ରାଉଳ, କରୁଣାକର ନାୟକ, ପ୍ରଫୁଲ୍ଲ କୁମାର ନାୟକ, ସୁଧୀର କୁମାର ବାରିକ ପ୍ରମୁଖ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ